ଚାକିରି ନାଁରେ ବେକାର ଯୁବତୀଯୁବକଙ୍କୁ ଠକେଇ ଅଭିଯୋଗ

ଭୁବନେଶ୍ୱର: ସୁନ୍ଦରଗଡ଼, କଳାହାଣ୍ଡି ଓ ଡେଙ୍କାନାଳ ଜିଲ୍ଲାରେ ଗ୍ଲେଜି ଟ୍ରେଡିଂ ଇଣ୍ଡିଆ ଓ କିରନ ଟେ୍ରଡର୍ସ ନାମକ ଦୁଇଟି କମ୍ପାନୀ ଚାକିରି ଲୋଭ ଦେଖାଇ ହଜାର ହଜାର ଯୁବକ, ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କାହାକୁ ସୁପରଭାଇଜର ତ ଆଉ କାହାକୁ ଆକାଉଣ୍ଟାଣ୍ଟ ପଦବୀରେ ୧୦ରୁ ୧୨ ହଜାର ଟଙ୍କାରେ ଚାକିରି କରାଇ ଦେବା ନାଁରେ ଏହି ଦୁଇ କମ୍ପାନୀ ଠକି ଜଣେ ଜଣେ […]

khakei

khakei

Rakesh Mallick
  • Published: Monday, 27 June 2016
  • Updated: 27 June 2016, 10:49 PM IST

Sports

Latest News

khakeiଭୁବନେଶ୍ୱର: ସୁନ୍ଦରଗଡ଼, କଳାହାଣ୍ଡି ଓ ଡେଙ୍କାନାଳ ଜିଲ୍ଲାରେ ଗ୍ଲେଜି ଟ୍ରେଡିଂ ଇଣ୍ଡିଆ ଓ କିରନ ଟେ୍ରଡର୍ସ ନାମକ ଦୁଇଟି କମ୍ପାନୀ ଚାକିରି ଲୋଭ ଦେଖାଇ ହଜାର ହଜାର ଯୁବକ, ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କାହାକୁ ସୁପରଭାଇଜର ତ ଆଉ କାହାକୁ ଆକାଉଣ୍ଟାଣ୍ଟ ପଦବୀରେ ୧୦ରୁ ୧୨ ହଜାର ଟଙ୍କାରେ ଚାକିରି କରାଇ ଦେବା ନାଁରେ ଏହି ଦୁଇ କମ୍ପାନୀ ଠକି ଜଣେ ଜଣେ ଆଶାୟୀଙ୍କଠାରୁ ୧୩,୦୦୦ ଲେଖାଏଁ ଟଙ୍କା ନେଇଛନ୍ତି। ଟେନିଂ ସରିବା ପରେ ଚାକିରି ବଦଳରେ ଗ୍ଲେଜ ଟେଡିଂ ଇଣ୍ଡିଆ ନାମକ ଏକ କମ୍ପାନୀର ପ୍ରଡକ୍ଟ ବୁଲି ବୁଲି ବିକ୍ରି କରିବାକୁ ଧରାଇ ଦିଆଯାଉଛି।

ଅଭିଯୋଗ ହୋଇଛି ସୁନ୍ଦରଗଡ଼ ସହରରେ ଥିବା କିରନ ଟ୍ରେଡର୍ସ, ଗ୍ଲେଜ ଟ୍ରେନିଂ ଇଣ୍ଡିଆର ଅଧିକୃତ ବିକ୍ରେତା ବିରୋଧରେ। ସାମଗ୍ରୀ ବିକ୍ରି ଉଦ୍ଦେଶ୍ୟରେ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରି ସୁନ୍ଦରଗଡ଼ରେ କିରନ ଟ୍ରେଡର୍ସ ଏବଂ କଳାହାଣ୍ଡିର ଓ ଢେଙ୍କାନାଳର ଗ୍ଲେଜ ଟ୍ରେଡିଂ ଇଣ୍ଡିଆ ଏଭଳି ଠକାମୀ କରୁଥିବା ଅଭିଯୋଗ ହୋଇଛି। କିରନ ଟ୍ରେଡର୍ସ କର୍ତ୍ତୃପକ୍ଷ ଠକେଇ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଚାକିରି ନୁହେଁ ଗ୍ଲେଜ ଟ୍ରେଡିଂ ଇଣ୍ଡିଆର ମାର୍କେଟିଂରେ ଆଶାୟୀଙ୍କୁ ନିଯୁକ୍ତି ଦିଆଯାଇଥିବା କିରଣ ଟ୍ରେଡର୍ସ ମୁଖ୍ୟ କିରଣ ଲାକ୍ରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos