କଟକ: ଯୁବକଙ୍କୁ ହତ୍ୟା ଅଭିଯୋଗରେ ୬ ଗିରଫ

କଟକ: କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ୍। ମୁଖ୍ୟ ଅଭିଯୁକ୍ତ ବୁନୁ ଓରଫ ମଙ୍ଗଳ ଜ୍ୟୋତି ସାହୁଙ୍କ ସମେତ ୬ ଜଣ ଗିରଫ ହୋଇଛନ୍ତି।  ଚାଉଳିଆଗଞ୍ଜ ତଳସାହିରେ ହୀରାମଣି ପାତ୍ରଙ୍କୁ ଅଭିଯୁକ୍ତମାନେ ପଥରରେ ଛେଚି ହତ୍ୟା କରିଥିଲେ। ପରେ ସେମାନେ ମୃତଦେହକୁ ନେଇ ଚୌଦ୍ୱାର ବଧିପଡିଆରେ ପୋତି ଦେଇଥିଲେ। ସେଠାରୁ ମୃତଦେହକୁ ପୋଲିସ୍ ଜବତ କରିଛି। ଏଥିସହ  ହତ୍ୟା ଘଟଣାରେ ବ୍ୟବହୃତ କାରକୁ ମଧ୍ୟ ଜବତ କରାଯାଇଛି।