କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀଙ୍କୁ କଟକ ସଦର ଥାନା ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ସଂଗ୍ରାମ ପାତ୍ର। ଆଜି ସକାଳେ ତାକୁ ଗିରଫ କରାଯାଇଛି। ସଂଗ୍ରାମକୁ ୨ ଦିନ ହେବ କଟକ ସଦର ଥାନା ପୋଲିସ୍ ଅଟକ ରଖି ପଚରାଉଚୁରା କରୁଥିଲା
ସଂଗ୍ରାମ ନାଁରେ ୮ରୁ ଅଧିକ ମାମଲା ରହିଛି। ସଂଗ୍ରାମ ଡି’ ବ୍ରଦର୍ସଙ୍କ ବନ୍ଧୁକ କାରବାର ସହ ଦାଦାବଟି ଆଦାୟ କରୁଥିଲା।
ସଂଗ୍ରାମକୁ ମିଶାଇ ଡି’ ବ୍ରଦର୍ସ ଲିଙ୍କ୍ରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିସାରିଲାଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।