ସାରଥିଙ୍କ ଅର୍ଥ କାରବାର ସମ୍ପର୍କରେ ଦେବେନ୍ଦ୍ର ରାଉଳଙ୍କୁ ଇଡିର ଜେରା

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ୍‌ ସାରଥି ବାବାଙ୍କ ଭାଇ ଦେବେନ୍ଦ୍ର ରାଉଳଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ସାରଥିଙ୍କ ଅର୍ଥ କାରବାର ନେଇ ତାଙ୍କୁ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଇଡିର କର୍ମକର୍ତ୍ତାମାନେ ଜେରା କରିଛନ୍ତି। ଏହାସହ ସାରଥିଙ୍କ ଅନ୍ୟତମ ସହଯୋଗୀ ଖଗେଶ୍ୱର ରାଉତ ଓରଫ ଖଗାଙ୍କୁ ମଧ୍ୟ ଇଡି କାର୍ଯ୍ୟାଳୟ ପକ୍ଷରୁ ଡକାଯାଇ ପଚରାଉଚରା ଜାରି ରହିଥିବା ବେଳେ ଆଗାମୀ ଦିନରେ ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କୁ […]

debandra roul

debandra roul

Rakesh Mallick
  • Published: Monday, 30 May 2016
  • Updated: 30 May 2016, 03:28 PM IST

Sports

Latest News

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ୍‌ ସାରଥି ବାବାଙ୍କ ଭାଇ ଦେବେନ୍ଦ୍ର ରାଉଳଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ସାରଥିଙ୍କ ଅର୍ଥ କାରବାର ନେଇ ତାଙ୍କୁ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଇଡିର କର୍ମକର୍ତ୍ତାମାନେ ଜେରା କରିଛନ୍ତି। ଏହାସହ ସାରଥିଙ୍କ ଅନ୍ୟତମ ସହଯୋଗୀ ଖଗେଶ୍ୱର ରାଉତ ଓରଫ ଖଗାଙ୍କୁ ମଧ୍ୟ ଇଡି କାର୍ଯ୍ୟାଳୟ ପକ୍ଷରୁ ଡକାଯାଇ ପଚରାଉଚରା ଜାରି ରହିଥିବା ବେଳେ ଆଗାମୀ ଦିନରେ ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କୁ ମଧ୍ୟ ଜେରା କରାଯିବା ନେଇ ସୂଚନା ମିଳିଛି।

ଇଡିର ଜେରା ପରେ ଦେବେନ୍ଦ୍ର ରାଉଳ କହିଛନ୍ତି,“ଇଡି ପକ୍ଷରୁ ମତେ ଯାହା ପଚରାଯାଇଥିଲା ମୁଁ ତାହାର ଉତ୍ତର ଦେଇଛି। ନିଜର ବ୍ୟବସାୟରୁ ମୁଁ ଯାହା ଟଙ୍କା ଠୁଳ କରିଛି। ସାରଥିଙ୍କ ଟଙ୍କା ସହ ମୋର ସମ୍ପର୍କ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos