ଜି. ଉଦୟଗିରି ସବ୍‌ଜେଲ୍‌ରୁ ୨ ବିଚାରାଧୀନ କଏଦୀ ଚମ୍ପଟ୍‌

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସବ୍‌ଜେଲରୁ ଗତକାଲି ରାତିରେ ୨ ଜଣ ବିଚାରାଧୀନ କଏଦୀ ପେଚେରୀ ଡେଇଁ ଫେରାର ହୋଇଯାଇଛନ୍ତି। ଫେରାର ଏକଦୀମାନେ ହେଲେ ପଙ୍କଜ ଦିଗାଲ ଏବଂ ସୁରେଶ ନାୟକ। ଏକ ହତ୍ୟାକାଣ୍ଡ ଘଟଣାରେ ପଙ୍କଜ ଓ ଏକ ଚୋରି ମାମଲାରେ ସୁରେଶ ବନ୍ଦୀ ଭାବେ ଜେଲ୍‌ରେ ଥିଲେ। ଉଭୟଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାରେ ଯାଞ୍ଚ ଚଳାଇଛି।