ଝାରସୁଗୁଡ଼ା ଗୁଳିକାଣ୍ଡ : ଆହତ ଯୁବକଙ୍କର ମୃତ୍ୟୁ

ଝାରସୁଗୁଡ଼ା:ଝାରସୁଗୁଡ଼ା ବାଇପାସ୍ ଗୁଳିକାଣ୍ଡରେ ଆହତ ଯୁବକ ତୁଳସୀ ରୋହିଦାସଙ୍କର ଆଜି ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୁଣ୍ଡରେ  ୩ଟି ଗୁଳି ବାଜିଥିଲା।

ଗତକାଲି ତୁଳସୀ ଓ ତାଙ୍କ ସାଙ୍ଗ ରାଜା ଏକ ବାଇକ୍‌ରେ ଯାଉଥିବା ବେଳେ ୪ ଜଣ ଯୁବକ ୨ଟି ବାଇକ୍‌ରେ ତାଙ୍କୁ ଓଭରଟେକ୍‌ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ଯୁବକମାନେ ତୁଳସୀଙ୍କ ମୁଣ୍ଡକୁ ଗୁଳି ମାରି ସେଠାରୁ ଫେରାର ହୋଇଯାଇଥିଲେ। ତୁଳସୀଙ୍କୁ  ପ୍ରଥମେ  ଝାରସୁଗୁଡ଼ା  ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର  ହେବାରୁ ବୁର୍ଲା ଏବଂ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଝାରସୁଗୁଡ଼ା ପୋଲିସ୍ ଏ ଘଟଣାର ତଦନ୍ତ କରୁଛି।