ଝାରସୁଗୁଡ଼ା: ରେଲୱେ କଲୋନୀରୁ ୪ ଲକ୍ଷ ଟଙ୍କା ଚୋରି

jharsugudaଝାରସୁଗୁଡ଼ା: ଝାରସୁଗୁଡ଼ା ସହରସ୍ଥିତ ରେଲୱେ କଲୋନୀରେ ରହୁଥିବା ଭବାନୀ ଶଙ୍କର ରାଓଙ୍କ କ୍ୱାର୍ଟର୍ସରୁ ଗତକାଲି ରାତିରେ ନଗଦ ୪ ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ଚୋରି ହୋଇଛି।  ସେ ଏନେଇ ରେଲବାଇ ଥାନାରେ ଅଭିଯୋଗ କରିଛନ୍ତି।

ଭବାନୀ ଶଙ୍କରଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ଘରେ ତାଙ୍କ ମା’ ଏକା ଥିଲେ। ସେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ କବାଟ ଖୋଲି ଘର ଭିତରେ ପଶିଥିଲେ। ସେମାନେ ଆଲମାରି ଥିବା ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ନେଇ ଯାଇଛନ୍ତି।

ଭବାନୀ କହିଛନ୍ତି ଯେ ଘର ତିଆରି କରିବା ପାଇଁ ସେ ପିଏଫ୍ ଟଙ୍କା ଉଠାଇ ଘରେ ରଖିଥିଲେ।