କେନ୍ଦ୍ରାପଡ଼ା: ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ହାଇସ୍କୁଲ୍ ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନାରାୟଣ ଜେନା (୫୦)। ତାଙ୍କ ଘର ବାଲିସାହି ଗାଁରେ। ତାଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍‌ଟି ମଧ୍ୟ ପଡ଼ିଥିଲା। ନାରାୟଣଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାରାୟଣଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ସେ ବାବରକୁ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରୁ ରାତି ୧୨ଟା […]

patakura-muder

patakura-muder

Rakesh Mallick
  • Published: Monday, 25 April 2016
  • Updated: 25 April 2016, 06:38 AM IST

Sports

Latest News

patakura-muderପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ହାଇସ୍କୁଲ୍ ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନାରାୟଣ ଜେନା (୫୦)। ତାଙ୍କ ଘର ବାଲିସାହି ଗାଁରେ। ତାଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍‌ଟି ମଧ୍ୟ ପଡ଼ିଥିଲା। ନାରାୟଣଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନାରାୟଣଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ସେ ବାବରକୁ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରୁ ରାତି ୧୨ଟା ବେଳେ ଘରକୁ ଫେରୁଥିଲେ। ତାଙ୍କୁ କେହି ଯୋଜନାବଦ୍ଧ ଭାବେ ଯାତ୍ରାରୁ ଡାକି ନେଇ ହତ୍ୟା କରିଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନାରାୟଣ ଚାଷ କାମ କରି ଚଳନ୍ତି। ସେ ଗାଁରେ ରାଜନୀତି ମଧ୍ୟ କରନ୍ତି। ତେବେ ରାଜନୀତିକୁ ନେଇ ତାଙ୍କର କେହି ଶତ୍ରୁ ନ ଥିବା ପରିବାର ଲୋକେ କହିଛନ୍ତି। ନାରାୟଣ ସୁଧ କାରବାର କରୁଥିଲେ। ଏହି ସୁଧ କାରବାରକୁ ନେଇ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି।

ପୋଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos