ଭଞ୍ଜନଗର: ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ସ୍ୱାଇଁ ଆହତ

ଭଞ୍ଜନଗର: ପୋଲିସ ଏନ୍‌କାଉଣ୍ଟରରେ ରବିବାର ଗୁରୁତର ଆହତ ହୋଇଛି ଗଞ୍ଜାମର ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ସ୍ୱାଇଁ । କାହ୍ନୁକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ଏମ୍‌କେସିଜି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କାହ୍ନୁ ତା’ର ଜଣେ ସାଥୀ ସହ ଭଞ୍ଜନଗରଠାରୁ ୩ କି.ମି. ଦୂର ଫୁଲବାଣୀ ମୁଖ୍ୟରାସ୍ତାରେ ସୁରଦେବୀ ମନ୍ଦିର ନିକଟରେ ବାଇକ୍‌ରେ ଯାଉଥିବା ବେଳେ ପୋଲିସ ସହ ଫାୟାରିଂ ହୋଇଥିଲା। ପୋଲିସର ଗୁଳି କାହ୍ନୁ ଗୋଡରେ ବାଜିବାରୁ ସେ ବାଇକରୁ ପଡିଯାଇଥିଲା। […]

encounter

encounter

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 05:34 PM IST

Sports

Latest News

ଭଞ୍ଜନଗର: ପୋଲିସ ଏନ୍‌କାଉଣ୍ଟରରେ ରବିବାର ଗୁରୁତର ଆହତ ହୋଇଛି ଗଞ୍ଜାମର ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ସ୍ୱାଇଁ । କାହ୍ନୁକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ଏମ୍‌କେସିଜି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କାହ୍ନୁ ତା’ର ଜଣେ ସାଥୀ ସହ ଭଞ୍ଜନଗରଠାରୁ ୩ କି.ମି. ଦୂର ଫୁଲବାଣୀ ମୁଖ୍ୟରାସ୍ତାରେ ସୁରଦେବୀ ମନ୍ଦିର ନିକଟରେ ବାଇକ୍‌ରେ ଯାଉଥିବା ବେଳେ ପୋଲିସ ସହ ଫାୟାରିଂ ହୋଇଥିଲା। ପୋଲିସର ଗୁଳି କାହ୍ନୁ ଗୋଡରେ ବାଜିବାରୁ ସେ ବାଇକରୁ ପଡିଯାଇଥିଲା। ହେଲେ ତା’ର ସହଯୋଗୀ ଘଟଣା ସ୍ଥଳରୁ ଖସି ପଳେଇବାରେ ସକ୍ଷମ ହୋଇଥିଲା। ପରେ ପୋଲିସ କାହ୍ନୁକୁ ଗିରଫ କରି ମେଡିକାଲ ନେଇଥିଲା।

କାହ୍ନୁ ନାଁରେ ବିଭିନ୍ନ ସ୍ଥାନରେ ଡକାୟତି, ଚୋରି ଓ ରାହାଜାନୀ ଭଳି ୧୩ରୁ ଅଧିକ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos