ଖୋର୍ଦ୍ଧା: ଡକାୟତି ଅଭିଯୋଗରେ ୪ ଗିରଫ, ୨ ବାଇକ୍‌ ଜବତ

ଖୋର୍ଦ୍ଧା: ବିଭିନ୍ନ ସ୍ଥାନରେ ଡକାୟତି କରି ଆତଙ୍କ ଖେଳାଇଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୀବନ କୁମାର ମିଶ୍ର, ସମୀର ପ୍ରଧାନ, ଲିଙ୍ଗରାଜ ବେହେରା ଏବଂ ଦୁର୍ଗା ଚରଣ ବେହେରା। ସମସ୍ତ ଅଭିଯୁକ୍ତଙ୍କ ଘର ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରେ ବୋଲି  ଖୋର୍ଦ୍ଧା ଏସ୍‌ପି ଦିଲ୍ଲୀପ ଦାସ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ୨ଟି ବାଇକ୍‌, ନଗଦ ଟଙ୍କା, ବାଇନାକୁଲାର ଓ ମୋବାଇଲ ଜବତ କରାଯାଇଛି।

ଏମାନେ ନିଛାଟିଆ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଡକାୟତି ଓ ଲୁଟ୍‌ କରୁଥିବା ଅଭିଯୋଗ ଆସିବା ପରେ ଟାଉନ ଥାନା ପୋଲିସ ପକ୍ଷରୁ ନିଆଳ ଜଙ୍ଗଲ ନିକଟରେ ଚଢାଉ କରାଯାଇ ଗିରଫ କରାଯାଇଥିଲା। ଘଟଣା ସ୍ଥଳରୁ ଅନ୍ୟ ୨ ଜଣ ଅଭିଯୁକ୍ତ ଖସି ଯିବାକୁ ସକ୍ଷମ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।