ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ନିକଟରେ ଆଜି ସକାଳେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ରବିନାରାୟଣ ବିଶ୍ୱାଳ। ସେ ଗଡ଼ଖୋର୍ଦ୍ଧା ଅଞ୍ଚଳର।
ରବିନାରାୟଣଙ୍କ ମୃତଦେହ ସଂପୂର୍ଣ୍ଣ ଉଲଗ୍ନ ଭାବେ ଗଛରେ ଝୁଲି ରହିଥିଲା। ନିଜ ଜିନ୍ସ ପ୍ୟାଣ୍ଟରେ ସେ ଝୁଲି ରହିଥିଲେ। ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା।
ପୋଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।