ଖୋର୍ଦ୍ଧା: ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଗିରଫ

ଖୋର୍ଦ୍ଧା: ଡକାୟତି ଯୋଜନା କରୁ ଥିବା ବେଳେ ଖୋର୍ଦ୍ଧା ଟାଉନ ଥାନା ପୋଲିସ୍ ହାତରେ ଧରା ପଡ଼ିଛନ୍ତି ୫ ଜଣ ଅପରାଧୀ। ସେମାନେ ହେଲେ ପୁରୀ ଅଞ୍ଚଳର ରାଜେଶ ମହାନ୍ତି, ସଂଜୟ ବେହେରା, ପ୍ରତାପ ପଟ୍ଟନାୟକ, ରମେଶ ବେହେରା ଓ ଖୋର୍ଦ୍ଧା ଅଞ୍ଚଳର ମନୋଜ କୁମାର ନାୟକ। ଖୋର୍ଦ୍ଧା ଜଟଣୀ ରାସ୍ତାର ଚାଚରାସାହି ନିକଟସ୍ଥ ଏକ ପରିତ୍ୟକ୍ତ ଘର ଭିତରେ ଡକାୟତି ପାଇଁ ପ୍ରସ୍ତୁତି କରୁଥିବା ବେଳେ ଟାଉନ ଥାନା ପୋଲିସ୍ ଚଢ଼ାଉ କରି ସେମାନଙ୍କୁ ଗିରଫ […]

dakayat

dakayat

Rakesh Mallick
  • Published: Monday, 30 May 2016
  • Updated: 30 May 2016, 04:55 PM IST

Sports

Latest News

ଖୋର୍ଦ୍ଧା: ଡକାୟତି ଯୋଜନା କରୁ ଥିବା ବେଳେ ଖୋର୍ଦ୍ଧା ଟାଉନ ଥାନା ପୋଲିସ୍ ହାତରେ ଧରା ପଡ଼ିଛନ୍ତି ୫ ଜଣ ଅପରାଧୀ। ସେମାନେ ହେଲେ ପୁରୀ ଅଞ୍ଚଳର ରାଜେଶ ମହାନ୍ତି, ସଂଜୟ ବେହେରା, ପ୍ରତାପ ପଟ୍ଟନାୟକ, ରମେଶ ବେହେରା ଓ ଖୋର୍ଦ୍ଧା ଅଞ୍ଚଳର ମନୋଜ କୁମାର ନାୟକ।

ଖୋର୍ଦ୍ଧା ଜଟଣୀ ରାସ୍ତାର ଚାଚରାସାହି ନିକଟସ୍ଥ ଏକ ପରିତ୍ୟକ୍ତ ଘର ଭିତରେ ଡକାୟତି ପାଇଁ ପ୍ରସ୍ତୁତି କରୁଥିବା ବେଳେ ଟାଉନ ଥାନା ପୋଲିସ୍ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା।

ସେମାନଙ୍କ ନିକଟରୁ ପୋଲିସ୍ ଗୋଟିଏ ମାଉଜର, ୪ ଗୋଟି ଜୀବନ୍ତ ଗୁଳି, ଖଣ୍ଡା, ଭୁଜାଲି ସହିତ ଦୁଇଟି ବାଇକ୍ ଜବତ କରିଛି। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧ ମାମଲା ରହିଥିବା ଖୋର୍ଦ୍ଧା ଏସ୍‌ପି ଦିଲ୍ଲୀପ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos