କୁଚିଣ୍ଡା: ୪ କେଜି ବାର୍‌ହା ମାଂସ ଜବତ; ୪ ଗିରଫ

girafକୁଚିଣ୍ଡା: ସମ୍ୱଲପୁର ଜିଲ୍ଲା ବାମରା ବନବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୋଏଲଝୁପାରୁ  ଦୁଇ ଜଣ ବର୍‌ହା ଶିକାରୀ ଓ ଦୁଇ ବେପାରୀକୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସେମାନଙ୍କ ନିକଟରୁ  ୪ କେଜି ବାର୍‌ହା ମାଂସ, ଗୋଟିଏ ଦେଶୀ ବନ୍ଧୁକ, ଧନୁ ତୀର, କୁରାଢ଼ି ଓ ବାଇକ୍ ଜବତ କରାଯାଇଛି।