ବିଭିନ୍ନ ସ୍ଥାନରୁ ୨୪ ଘଣ୍ଟାରେ ୬ ଲକ୍ଷ ଟଙ୍କା ଲୁଟ୍‌

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟର କଟକ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଓ କେନ୍ଦ୍ରାପଡା ଜିଲ୍ଲା ଆଳିରେ ଦୁର୍ବୃତ୍ତମାନେ ୬ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ସେଥି ମଧ୍ୟରେ ଦୁଇଟି ବ୍ୟାଙ୍କ ଲୁଟ୍‌ ଘଟଣା ହୋଇଥିବା ବେଳେ ଅନ୍ୟଟି ବାଇକ୍‌ ଚାଳକଙ୍କଠାରୁ ଲୁଟ୍‌ ଘଟଣା। ଆଜି କଟକ ଚାଉଳିଆଗଞ୍ଜ ଥାନା ତଳସାହି ଅଞ୍ଚଳରୁ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ୯୦ ହଜାର ଟଙ୍କା ଝାମ୍ପି ନେଇଥିଲେ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ […]

loot

loot

Rakesh Mallick
  • Published: Thursday, 23 June 2016
  • Updated: 23 June 2016, 07:46 PM IST

Sports

Latest News

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟର କଟକ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଓ କେନ୍ଦ୍ରାପଡା ଜିଲ୍ଲା ଆଳିରେ ଦୁର୍ବୃତ୍ତମାନେ ୬ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ସେଥି ମଧ୍ୟରେ ଦୁଇଟି ବ୍ୟାଙ୍କ ଲୁଟ୍‌ ଘଟଣା ହୋଇଥିବା ବେଳେ ଅନ୍ୟଟି ବାଇକ୍‌ ଚାଳକଙ୍କଠାରୁ ଲୁଟ୍‌ ଘଟଣା।

ଆଜି କଟକ ଚାଉଳିଆଗଞ୍ଜ ଥାନା ତଳସାହି ଅଞ୍ଚଳରୁ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ୯୦ ହଜାର ଟଙ୍କା ଝାମ୍ପି ନେଇଥିଲେ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଥିବା ସିଣ୍ଡିକେଟ୍‌ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଲୁଟ୍‌ କରିନେଇଛନ୍ତି ଗୋଟିଏ ବାଇକରେ ଆସିଥିବା ୩ ଦୁବୃର୍ତ୍ତ। ସେମାନେ ସମସ୍ତେ ବ୍ଲୁ ସାର୍ଟ ପିନ୍ଧି  ଖଣ୍ଡା ଓ ଭୁଜାଲି ଦେଖାଇ ଜଣେ ଗ୍ରାହକ ଓ ବ୍ୟାଙ୍କ କ୍ୟାସିୟରଙ୍କଠାରୁ ଆଜି ଅପରାହ୍ଣ ୨ଟାରେ ଟଙ୍କା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟଏକ ଘଟଣାରେ ଗତକାଲି ରାତି ୨ଟା ବେଳେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପତ୍ରପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ମିନିବ୍ୟାଙ୍କର ଲକର ଭାଙ୍ଗି ୨,୩୦,୦୦୦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଛାନ୍‌ଭିନ କରିବାକୁ ସନ୍ଧାନୀ କୁକୁର ଓ ସିସିଟିଭି କ୍ୟାମେରା ସହଯୋଗ ନେଇଛି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos