ମହିଳାଙ୍କୁ ଆକ୍ରମଣ କରି ୧୫ ଭରି ସୁନା ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱରର ପାତ୍ରପଡ଼ାରେ ଜଣେ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ଘରୁ ୧୫ ଭରି ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏହା ସହିତ ନଗଦ ୧୪,୦୦୦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାଙ୍କ ଆକ୍ରମଣରେ ଆହତ ମହିଳାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।