ମେ’ ୩ରେ ଫ୍ୟାମିଲି କୋର୍ଟରେ ହାଜର ହେବାକୁ କବିତା ମହାକୁଡ଼ଙ୍କୁ ନୋଟିସ୍‌

କେନ୍ଦୁଝର: ବହୁ ଚର୍ଚ୍ଚିତ କବିତା ମହାକୁଡ଼ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ବିଧାୟକ ସନାତନ ମହାକୁଡ଼ଙ୍କ ପୁଅ ପଙ୍କଜଙ୍କୁ ନିଜ ସ୍ୱାମୀ ବୋଲି ଦାବି କରି ଆସୁଥିବା କବିତାଙ୍କୁ ନିଜ ପାଖକୁ ଫେରାଇ ନେବାକୁ ତାଙ୍କ ସ୍ୱାମୀ ଦେବାଶିଷ କେନ୍ଦୁଝର ଫ୍ୟାମିଲି କୋର୍ଟର ଆଶ୍ରୟ ନେଇଛନ୍ତି। ଦେବାଶିଷଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତା ୩ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ କୋର୍ଟ କବିତାଙ୍କୁ ନୋଟିସ୍ ଜାରି କରିଛନ୍ତି। ଦେବାଶିଷଙ୍କ ଓକିଲ କହିଛନ୍ତି, “୨୦୧୪ରେ କବିତା […]

kabita mahakul

kabita mahakul

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 05:32 AM IST

Sports

Latest News

କେନ୍ଦୁଝର: ବହୁ ଚର୍ଚ୍ଚିତ କବିତା ମହାକୁଡ଼ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ବିଧାୟକ ସନାତନ ମହାକୁଡ଼ଙ୍କ ପୁଅ ପଙ୍କଜଙ୍କୁ ନିଜ ସ୍ୱାମୀ ବୋଲି ଦାବି କରି ଆସୁଥିବା କବିତାଙ୍କୁ ନିଜ ପାଖକୁ ଫେରାଇ ନେବାକୁ ତାଙ୍କ ସ୍ୱାମୀ ଦେବାଶିଷ କେନ୍ଦୁଝର ଫ୍ୟାମିଲି କୋର୍ଟର ଆଶ୍ରୟ ନେଇଛନ୍ତି। ଦେବାଶିଷଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତା ୩ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ କୋର୍ଟ କବିତାଙ୍କୁ ନୋଟିସ୍ ଜାରି କରିଛନ୍ତି।

ଦେବାଶିଷଙ୍କ ଓକିଲ କହିଛନ୍ତି, “୨୦୧୪ରେ କବିତା ମହାକୁଡ ତାଙ୍କ ବାପ ଘରକୁ ଗଲା ପରେ ଆଉ କେବେ ଦେବାଶିଷଙ୍କ ପାଖକୁ ଫେରି ନ ଥିଲା। କବିତାଙ୍କୁ ଫେରାଇ ଆଣିବା ପାଇଁ ସେ (ଦେବାଶିଷ) ବହୁତ ଉଦ୍ୟମ କରିଛନ୍ତି। ଏଥିରେ ବିଫଳ ହେବା ପରେ ସେ ୨୦୧୬ ମାର୍ଚ୍ଚରେ ତାଙ୍କ ଫେରିବାକୁ ଫ୍ୟାମିଲି କୋର୍ଟର ଆଶ୍ରୟ ନେଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos