ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ: ମୋହନା ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିରୀଷ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପାରଳାଖେମୁଣ୍ଡି ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ୧୫ ଜଣିଆ ଭିଜିଲାନ୍ସ ଟିମ୍‌ ଶିରୀଷଙ୍କ କଟକ ସ୍ଥିତ ରାଣୀହାଟ ଓ ସିଡିଏ ସେକ୍ଟର-୧୦ ବାସଭବନରେ ଚଢାଉ ଜାରି ରଖିଛନ୍ତି। ରାଣୀହାଟ ଘରୁ ସୁନାଗହଣା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସେହିପରି ସେକ୍ଟର -୧୦ ବାସଭବନର ଆନୁମାନିକ ମୂଲ୍ୟ […]

sirish-vigilanc

sirish-vigilanc

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 10:46 AM IST

କଟକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିରୀଷ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପାରଳାଖେମୁଣ୍ଡି ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ୧୫ ଜଣିଆ ଭିଜିଲାନ୍ସ ଟିମ୍‌ ଶିରୀଷଙ୍କ କଟକ ସ୍ଥିତ ରାଣୀହାଟ ଓ ସିଡିଏ ସେକ୍ଟର-୧୦ ବାସଭବନରେ ଚଢାଉ ଜାରି ରଖିଛନ୍ତି।

ରାଣୀହାଟ ଘରୁ ସୁନାଗହଣା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସେହିପରି ସେକ୍ଟର -୧୦ ବାସଭବନର ଆନୁମାନିକ ମୂଲ୍ୟ ୯୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ଡିଏସ୍‌ପି କହିଛନ୍ତି।

ଗତକାଲି ଶିରୀଷ ମୋହନାରୁ ଆସୁଥିବା ବେଳେ ଭେଜିପୁଟ୍‌ ଟୋଲଗେଟ୍‌ରେ ତାଙ୍କ କାରରୁ ୧,୫୫,୦୦୦ ଟଙ୍କା ଜବତ କରାଯାଇଥିଲା। ସେ ଏହି ଟଙ୍କାର ହିସାବ ଦେଇପାରି ନ ଥିଲେ। ଫଳରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇଛି।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି ଶିରୀଷ କହିଛନ୍ତି। ସେ କହିଛନ୍ତି, “ଯାହା କିଛି ସମ୍ପତ୍ତି କରିଛି, ସବୁ ନିୟମ ଅନୁସାରେ କରିଛି। ସବୁର ପ୍ରମାଣ ମୋ ପାଖରେ ଅଛି। ଗତକାଲି ଭିଜିଲାନ୍ସ ବିଭାଗ ମୋ ପାଖରୁ ପାଇଥିବା ଟଙ୍କା ସାଲେରି ଲୋନ୍‌ରେ ଉଠାଇଛି।”

ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ରନାଥ ପାଣିଗ୍ରାହୀ କହିଛନ୍ତି, “ଠିକାଦାରଙ୍କଠାରୁ ଟଙ୍କା ନେଇ ଶିରୀଷ ଯାଉଥିବା ବିଶେଷ ସୂତ୍ରରୁ ଖବର ପାଇ ତାଙ୍କ ପିଛା କରିଥିଲୁ। ଭେଜିପୁଟ୍‌ ଟୋଲଗେଟ୍‌ ପାଖରେ ତାଙ୍କ କାର ଓ ଏକ ସ୍କର୍ପିଓ ଗାଡିକୁ ଅଟକାଇ ତଦନ୍ତ କରିବା ପରେ ଟଙ୍କା ମିଳିଥିଲା, ଯାହାର ହିସାବ ସେ ଦେଇ ପାରି ନ ଥିଲେ। ରାଣୀହାଟରେ ଥିବା ତାଙ୍କ ପୈତୃକ ଘରେ କେହି ରହୁନାହାନ୍ତି। ସେଠାରୁ କିଛି ସୁନାଗହଣା ଓ କିଛି ଏଲ୍‌ଆଇସି ବଣ୍ଡ୍‌ ମିଳିଛି। ସେକ୍ଟର-୧୦ ଘରେ ଚଢାଉ ଜାରି ରହିଛି। ପରେ ମୋହନାରେ ଥିବା ତାଙ୍କ ସରକାରୀ ବାସଭବନରେ ଚଢାଉ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story