କେନ୍ଦୁଝର: ୩ ବର୍ଷର ଶିଶୁକୁ ଠେଙ୍ଗାରେ ପିଟି ହତ୍ୟା କଲା ଦାଦା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲ୍‌କୋଇ ଥାନା ବିମଳା ପଞ୍ଚାୟତ ନିମକାନି ଜୁଆଙ୍ଗ ସାହିରେ ନାବାଳିକା ଇନ୍ଦୁମତି ଜୁଆଙ୍ଗ (୩)ଙ୍କୁ ଠେଙ୍ଗାରେ ପିଟି ପିଟି ସମ୍ପର୍କୀୟ ଦାଦା ଦୁଃଖବନ୍ଧୁ ଜୁଆଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ଇନ୍ଦୁମତି ଗାଧୋଉଥିବା ବେଳେ ଦୁଃଖବନ୍ଧୁ ହଠାତ୍‌ ତାକୁ ଠେଙ୍ଗାରେ ପିଟିଥିଲା। ଫଳରେ ଘଟଣାସ୍ଥଳରେ ଇନ୍ଦୁର ମୃତ୍ୟୁ ଘଟିଥିଲା। ଗାଁ ଲୋକ ଦୁଃଖବନ୍ଧୁକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ତେଲକୋଇ ପୋଲିସ […]

murder

murder

Rakesh Mallick
  • Published: Friday, 08 April 2016
  • Updated: 09 April 2016, 04:23 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲ୍‌କୋଇ ଥାନା ବିମଳା ପଞ୍ଚାୟତ ନିମକାନି ଜୁଆଙ୍ଗ ସାହିରେ ନାବାଳିକା ଇନ୍ଦୁମତି ଜୁଆଙ୍ଗ (୩)ଙ୍କୁ ଠେଙ୍ଗାରେ ପିଟି ପିଟି ସମ୍ପର୍କୀୟ ଦାଦା ଦୁଃଖବନ୍ଧୁ ଜୁଆଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ଇନ୍ଦୁମତି ଗାଧୋଉଥିବା ବେଳେ ଦୁଃଖବନ୍ଧୁ ହଠାତ୍‌ ତାକୁ ଠେଙ୍ଗାରେ ପିଟିଥିଲା। ଫଳରେ ଘଟଣାସ୍ଥଳରେ ଇନ୍ଦୁର ମୃତ୍ୟୁ ଘଟିଥିଲା। ଗାଁ ଲୋକ ଦୁଃଖବନ୍ଧୁକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ତେଲକୋଇ ପୋଲିସ ଗାଁରେ ପହଞ୍ଚି ଅଭିଯୁକ୍ତ ଦୁଃଖବନ୍ଧୁକୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos