ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ଭାଲୁଡୁଙ୍ଗୁରୀ ଗାଁକୁ ନାଲିବତୀ ଗାଡ଼ିରେ ଆସିଥିବା ସେନା ଅଧିକାରୀ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ଶୈଳେନ୍ଦ୍ର ସିଂ ସୋମ୍ଙ୍କୁ ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟମାନଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା ଚଲାଇଛି।
ଗତକାଲି ଅପରାହ୍ନରେ ଏକ ନମ୍ୱରହୀନ କଳାରଙ୍ଗର ମାରୁତି ସ୍ୱିଫଟ୍ରେ ନାଲିବତୀ ଲଗାଇ ପାଞ୍ଚ ଜଣ ଅଚିହ୍ନା ଲୋକ ଭାଲୁଡୁଙ୍ଗୁରୀ ଗାଁକୁ ଯାଇଥିଲେ। ସେମାନେ ବିଭିନ୍ନ ଜମି ବୁଲି ଦେଖୁଥିବା ସମୟରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନଙ୍କୁ ଘେରି ଯାଇ ଲୋକେ ଖପ୍ରାଖୋଲ ଥାନାକୁ ଖବର ଦେଇଥିଲେ। ପୋଲିସ୍ ଏହି ପାଞ୍ଚ ଜଣଙ୍କୁ ଅଟକି ରଖି ପଚରାଉଚରା କରିଥିଲା। ଖାନତଲାସୀ ସମୟରେ ସେମାନଙ୍କ ପାଖରୁ ଜମିଜମା ସମ୍ପର୍କରେ ଅନେକ ନକଲି କାଗଜ ପତ୍ର ମିଳିଥିଲା । ଗାଡିରେ ଲାଗିଥିବା ନାଲିବତୀ ମଧ୍ୟ ଅନଧିକୃତ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।