ନାରାୟଣପାଟଣା: ଚୋରା ଚାଲାଣ ବେଳେ ବିଦେଶୀ ମଦ ଜବତ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ପୋଲିସ୍ ରବିବାର ରାତିରେ ପେଟ୍ରୋଲିଂ କରିବା ସମୟରେ ଏକ ଅଟୋରେ ଚୋରା ଚାଲାଣ ହେଉଥିବା ୨୦ଟି  ପେଟି ମଦ ଓ ଅଟୋକୁ ପୋଲିସ୍ ଜବତ କରିଛି। ଅଟୋର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ମଦ କାହା ନିକଟକୁ ଯାଉଥିଲା ଏ ନେଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କହିଛନ୍ତି।

ଗତ କିଛି ଦିନ ହେବ ଏହି ଅଞ୍ଚଳରେ ମଦ ବିକ୍ରି କମିଯାଇଥିବା ବେଳେ କେତେକ ଅସାଧୁ ବ୍ୟବସାୟୀ ରାତିରେ ମଦ ଚୋରା ଚାଲଣ କରୁଛନ୍ତି।