ନୟାଗଡ଼: ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗରେ ଆଜି ନୟାଗଡ଼ ସହରରେ ଥିବା ସ୍ୱାଇଁ ହସ୍ପିଟାଲ ଆଣ୍ଡ କ୍ଲିନିକ ଉପରେ ଏଡିଏମଓଙ୍କ ନେତୃତ୍ୱରେ ଚଢାଉ କରାଯାଇଛି। ଜଣେ ମହିଳା ଏହି ନର୍ସିଂହୋମକୁ ବେଆଇନ ଭାବେ ଗର୍ଭପାତ କରାଇବା ଆସିଥିବା ସୂଚନା ମିଳିବା ପରେ ଏହି ଚଢାଉ କରାଯାଇଥିଲା।
ନର୍ସିଂହୋମର ମାଲିକ ବନମାଳୀ ସ୍ୱାଇଁ କହିଛନ୍ତି, “ଏଠାରେ କୌଣସି ବେଆଇନ ଗର୍ଭପାତ କରାଯାଉନାହିଁ। ମହିଳା ଜଣଙ୍କୁ ଜ୍ୱର ହେଉଥିବାରୁ ଏଠାକୁ ଆସିଥିଲେ। ୨୦୧୪ରୁ ନର୍ସିଂହୋମର ଲାଇସେନ୍ସ ରିନ୍ୟୁଆଲ ପାଇଁ ଆବେଦନ କରିଛି। ସେହି ଆଧାରରେ ମୁଁ ନର୍ସିଂହୋମ ଚଲାଉଛି।”
ନୟାଗଡ଼ ଏଡିଏମଓ ନୀଳମାଧବ ଶତପଥୀ କହିଛନ୍ତି, “ ଜଣେ ମହିଳା ସ୍ୱାଇଁ ହସ୍ପିଟାଲ ଆଣ୍ଡ କ୍ଲିନିଂକୁ ଗର୍ଭପାତ କରିବା ପାଇଁ ଆସିଛନ୍ତି ବୋଲି ଆମେ ଖବର ପାଇଥିଲୁ। ସେଥିପାଇଁ ଆମେ ଚଢାଉ କରିଥିଲୁ। ନର୍ସିଂହୋମର କାଗଜପତ୍ର ଠିକ ନାହିଁ। ନର୍ସିଂହୋମ ଚାଲିବା ପାଇଁ ଦରକାରୀ ଅନୁମତି ନାହିଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।