ବଲାଙ୍ଗିର: ୧୯୭୪ ମସିହାରେ ବଲାଙ୍ଗିର ଜିଲ୍ଲାରେ ହୋଇଥିବା ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଧୁବେଇ ପୋଢକୁ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି।
ପ୍ରାୟ ୪୦ ବର୍ଷ ତଳର ଏହି ହତ୍ୟାକାଣ୍ଡ ଘଟଣାରେ କୋର୍ଟ ଗତବର୍ଷ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଜୀବିତ ଥିବା ଧୁବେଇ ପୋଢଙ୍କୁ ମେ ୧୫ ତାରିଖରେ ଗିରଫ କରି କୋର୍ଟ ଚଲାଣ କରିଥିଲା ପୋଲିସ୍। ଅନ୍ୟତମ ଅଭିଯୁକ୍ତ ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ପ୍ରସନ୍ନ ପାଲ୍ ଓ ଆର୍ତ୍ତତ୍ରାଣ ସିଂଦେଓ ଜୁନ୍ ମାସରେ ବଲାଙ୍ଗିର ଜିଲ୍ଲା ଦୌରାଜଜ୍ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ଭିତରୁ ପ୍ରସନ୍ନ ପାଲ୍ ଏବଂ ଆର୍ତ୍ତତ୍ରାଣ ସିଂଦେଓଙ୍କୁ ଗତ ୨୦୧୫, ସେପ୍ଟେମ୍ୱର ୨୪ ତାରିଖରେ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ହେଲେ ଜେଲ୍ରେ ଥିବା ଧୁବେଇଙ୍କୁ ଆଜି ଜାମିନ୍ ମିଳିଛି। କାଗଜପତ୍ର ଆସିବା ପରେ ବଲାଙ୍ଗିର ଜିଲ୍ଲା କାରାଗାରରୁ ଧୁବେଇ ବାହାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।