ପୁରୀ: ସରକାରୀ ଚାକିରି ଦେବାକୁ କହି ୨ ଯୁବକଙ୍କୁ ଠକେଇ

ପୁରୀ: ସରକାରୀ ଚାକିରି ପ୍ରଲୋଭନରେ ପଡି ବେକାର ଯୁବକମାନେ କିପରି ଠକେଇର ଶିକାର ହେଉଛନ୍ତି ସତ୍ୟବାଦୀ ବ୍ଲକ ମହୁରା ପଞ୍ଚାୟତର ଜଗନ୍ନାଥ ଜେନା ଓ ଅନାମ ଜେନାଙ୍କୁ ଦେଖିଲେ ଜାଣି ହେବ। ଠକାମୀର ଶିକାର ହୋଇଥିବା ଏହି ଦୁଇ ଯୁବକ ପୁରୀ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଅଭିଯୋଗ ଅନୁସାରେ ଜଗନ୍ନାଥ ଏବଂ ଅନାଥଙ୍କୁ […]

puri-thakei

puri-thakei

Rakesh Mallick
  • Published: Wednesday, 06 April 2016
  • Updated: 07 April 2016, 02:48 AM IST

Sports

Latest News

ପୁରୀ: ସରକାରୀ ଚାକିରି ପ୍ରଲୋଭନରେ ପଡି ବେକାର ଯୁବକମାନେ କିପରି ଠକେଇର ଶିକାର ହେଉଛନ୍ତି ସତ୍ୟବାଦୀ ବ୍ଲକ ମହୁରା ପଞ୍ଚାୟତର ଜଗନ୍ନାଥ ଜେନା ଓ ଅନାମ ଜେନାଙ୍କୁ ଦେଖିଲେ ଜାଣି ହେବ। ଠକାମୀର ଶିକାର ହୋଇଥିବା ଏହି ଦୁଇ ଯୁବକ ପୁରୀ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

ଅଭିଯୋଗ ଅନୁସାରେ ଜଗନ୍ନାଥ ଏବଂ ଅନାଥଙ୍କୁ ରେଳ ବିଭାଗରେ ଚାକିରି କରାଇ ଦେବାକୁ କହି ଚନ୍ଦନପୁର ଥାନା ଅର୍ନ୍ତଗତ ତଳଜଙ୍ଗର ବିଜୁ ସେଠୀ ଟଙ୍କା ନେଇଥିଲା। କିଛିଦିନ ପରେ ସେମାନଙ୍କୁ ଇଷ୍ଟକୋଷ୍ଟ ରେଲୱେରେ ସୁପରଭାଇଜର ପଦବୀରେ ଚାକିରି ହୋଇଥିବା କହି ପରିଚୟ ପତ୍ର ପ୍ରଦାନ କରିଥିଲା। ହେଲେ ଏହି ପରିଚୟପତ୍ର ଜାଲ ବୋଲି ଜଣାପଡିଥିଲା।

ଅନାମ ଜେନାଙ୍କୁ ବିଜୁ ଇଷ୍ଟକୋଷ୍ଟ ରେଲୱେ ଲେଖାଥିବା ଓ ୩୨୦ ସିରିୟଲ ନମ୍ବର ଥିବା ପରିଚୟ ପତ୍ର ଦେଇଥିଲା। ଉକ୍ତ ପରିଚୟ ପତ୍ର ଅନୁସାରେ ତାଙ୍କୁ ବୀରପୁରୁଷୋତ୍ତମପୁର ରେଳ ଷ୍ଟେସନରେ ଟ୍ରେନର ନମ୍ବର ସହ କେତେ ବେଳେ ଟ୍ରେନ ପହଞ୍ଚିଲା ଓ ଛାଡିଲା ଲେଖିବା ପାଇଁ ନିଯୁକ୍ତି ଦିଆଯାଇଥିଲା। ୨ ମାସ ଏହି କାମ କରିବା ପରେ ଅନାମ ଏହି ନିଯୁକ୍ତି ଜାଲ୍‌ ବୋଲି ଜାଣି ପାରିଥିଲେ।

ସେହିପରି ଜଗନ୍ନାଥଙ୍କୁ ଇଷ୍ଟକୋଷ୍ଟ ରେଲୱେ ଲେଖାଥିବା ପରିଚୟ ପତ୍ର ଦିଆଯାଇଥିଲା। ଏହାର କ୍ରମିକ ନମ୍ବର ଥିଲା ୩୨୧। ଜଗନ୍ନାଥଙ୍କୁ ଚନ୍ଦନପୁର ଜାନକାଦେଇପୁର ରେଳ ଷ୍ଟେସନରେ ଅନାମଙ୍କ ପରି ସମାନ କାମ ଦିଆଯାଇଥିଲା। ୨ମାସ ଧରି ଦରମା ଦିଆ ନ ଯିବାରୁ ସେ ଜାଲ୍‌ ନିଯୁକ୍ତିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ଅଭିଯୋଗ ପାଇବା ପରେ ଏସ୍‌ପି ଡ. ସାର୍ଥକ ଷଡ଼ଙ୍ଗୀ ଘଟଣାର ତଦନ୍ତ ପାଇଁ ସଦର ଏସଡିପିଓଙ୍କୁ ଦାୟିତ୍ୱ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos