ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ ଏକ ନକଲି ଗୁଟଖା କାରଖାନା ଠାବ କରିଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜଗନ୍ନାଥନଗର ଅଞ୍ଚଳରେ ପୋଲିସ ଚଢାଉ କରି ଏହି କାରଖାନାକୁ ଠାବ କରିବା ସହ ୮ଜଣଙ୍କୁ ଗିରଫ କରିଛି । ଏହାସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କଞ୍ଚାମାଲ ପୋଲିସ ଜବତ କରିଛି। ଏଠାରେ ପ୍ରତିଦିନ ୮ରୁ ୧୦ଲକ୍ଷ ଟଙ୍କ।ର ଗୁଯଖା ବ୍ୟବସାୟ ହେଉଥିଲା। କମିଶନରେଟ୍ ପୋଲିସର ସ୍ପେଶାଲ ସ୍ୱାର୍ଡ ଆଜି ସକାଳେ ଏହି କାରଖାନା ଉପରେ ଚଢାଉ କରିଥିଲା । ରାଜଧାନୀର ଆଉ କେଉଁ ଅଞ୍ଚଳରେ ଏପରି ବେଆଇନ୍ କାରବାର କରାଯାଉଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦଲାଲଙ୍କ ଜରିଆରେ ଘୂରି ବୁଲୁଛି ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ
କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ!
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Crime
ତୁଚ୍ଛ ହେଲା ରକ୍ତ ସମ୍ପର୍କ; ବଡ଼ ଭାଇର ଜୀବନ ନେଲା ସାନ ଭାଇ
ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନିଲ ଓ ସୁଶିଲଙ୍କ ମଧ୍ୟରେ ବଚସା ହୋଇଥିଲା ।
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।