କୋର୍ଟରେ ହାଜର ହେଲେ ରମେଶ ଜେନା

ବ୍ରହ୍ମପୁର: ରମେଶ ଜେନାଙ୍କୁ ଆଜି ପୁରୁଷୋତ୍ତମପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ବଟି ଆଦାୟ କରୁଥିବା ଅଭିଯୋଗରେ ପୁରୁଷୋତ୍ତମପୁର ଥାନାରେ ରୁଜୁ ହୋଇଥିବା ୨୫/୧୬ ମାମଲାରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ସେଥିପାଇଁ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଥିଲା। ହାଜର ପରେ ତାଙ୍କୁ ପୁଣି ଥରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଫେରାଇ ନିଆଯାଇଛି। ତେବେ ଜେରା ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ପୁରୁଷୋତ୍ତମପୁର ଥାନା ଅଧିକାରୀ ବିଜୟ କୁମାର ସାହୁ କହିଛନ୍ତି।