ରାୟଗଡ଼ା: ୨୬ ଦିନ ପରେ ବି ନିଖୋଜ କଲେଜ ଛାତ୍ରୀଙ୍କ ପତ୍ତା ମିଳିନି, ଆଈଙ୍କ ହାତ ସନ୍ଦେହ

ରାୟଗଡ଼ା: ରାୟଗଡ଼ା ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଖୋଜ ହେବାର ୨୬ ଦିନ ବିତି ଯାଇଥିଲେ ହେଁ ତାଙ୍କର କୌଣସି ସନ୍ଧାନ ମିଳି ପାରି ନାହିଁ। ଅନ୍ୟପକ୍ଷରେ ଝିଅଟିର ନିଖୋଜ ହେବା ପଛରେ ତା’ ନିଜ ଆଈର ହାତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏଯାବତ ସଫଳତା ପାଇନି। ମାର୍ଚ୍ଚ ୧୧ ତାରିଖ ଦିନ ମାର୍କେଟ୍ ଯିବାକୁ କହି ନିଖୋଜ ଛାତ୍ରୀ ଜଣଙ୍କ […]

s

s

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 07:00 AM IST

Sports

Latest News

ରାୟଗଡ଼ା: ରାୟଗଡ଼ା ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଖୋଜ ହେବାର ୨୬ ଦିନ ବିତି ଯାଇଥିଲେ ହେଁ ତାଙ୍କର କୌଣସି ସନ୍ଧାନ ମିଳି ପାରି ନାହିଁ। ଅନ୍ୟପକ୍ଷରେ ଝିଅଟିର ନିଖୋଜ ହେବା ପଛରେ ତା’ ନିଜ ଆଈର ହାତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏଯାବତ ସଫଳତା ପାଇନି।

ମାର୍ଚ୍ଚ ୧୧ ତାରିଖ ଦିନ ମାର୍କେଟ୍ ଯିବାକୁ କହି ନିଖୋଜ ଛାତ୍ରୀ ଜଣଙ୍କ ଅନ୍ୟ ଜଣେ ଛାତ୍ରୀଙ୍କ ସହିତ କଲେଜ୍ ହଷ୍ଟେଲ୍ ବାହାରକୁ ଯାଇଥିଲେ। ତାଙ୍କୁ ନେବା ପାଇଁ ତାଙ୍କ ଆଈ ବି ଆସିଥିଲେ। ଅନ୍ୟ ଛାତ୍ରୀ ଜଣଙ୍କ ହଷ୍ଟେଲ୍ ଫେରି ଆସିଥିଲେ। କିନ୍ତୁ ସେ ଫେରି ନ ଥିଲେ। କଲେଜ କର୍ତ୍ତୃପକ୍ଷ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ନ ପାଇବାରୁ ମାର୍ଚ୍ଚ ୧୮ ତାରିଖରେ ଥାନାରେ ଏତଲା ଦେଇଥିଲେ। ଗତକାଲି ଛାତ୍ରୀଙ୍କ ପରିବାର ଲୋକେ ଏନେଇ ରାୟଗଡ଼ା ଥାନାରେ ଏତଲା ଦେଇଛନ୍ତି।

କଲେଜର ଅଧ୍ୟକ୍ଷ ଉଦୟ ନାଥ ପଣ୍ଡା କହିଛନ୍ତି,“ନିଖୋଜ ଛାତ୍ରୀଙ୍କର ସ୍ଥାନୀୟ ଅଭିଭାବକ ଥିଲେ ତାଙ୍କ ଆଈ। ତାଙ୍କ ଆଈଙ୍କ ସହିତ ସେ ଯାଇଥିଲେ। ତାଙ୍କର ନିଖୋଜ ପଛରେ ତାଙ୍କ ଆଈଙ୍କର ହାତ ରହିଛି।”

ନିଖୋଜ ଛାତ୍ରୀଙ୍କ ପିତା ବିକ୍ରମ ପାଲକିଆ କହିଛନ୍ତି,“ମୋ ଝିଅ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢୁଥିଲା। ମୋ ଶାଶୂ ଆସି ମୋ ଝିଅକୁ ଅପହରଣ କରି ନେଇଛି। ରାୟଗଡ଼ା ପୋଲିସ୍ ଷ୍ଟେସନରେ ଏତଲା ଦେଇଛୁ।  ଝିଅ ରାୟପୁର ଥିବା ମେସେଜ୍ କରିଥିବାରୁ ଆମେ ରାୟପୁର ଯାଇଥିଲୁ। ସେଠାରେ ଖୋଜାଖୋଜି କରିଥିଲୁ। କିନ୍ତୁ ଝିଅକୁ ନ ପାଇ ନିରାଶ ହୋଇ ଫେରୁଆସିଥିଲୁ।”

ରାୟଗଡ଼ା ଏସଡିପିଓ ୱାଇ ଜଗନ୍ନାଥ ରାଓ କହିଛନ୍ତି,“ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଜଣେ ଛାତ୍ରୀ ନିଖୋଜ ହୋଇଥିବା ନେଇ ଅଧ୍ୟକ୍ଷ ଥାନାରେ ଏତଲା ଦେଇଛନ୍ତି। ରାୟଗଡ଼ା ଥାନାରେ ମାମଲା ରୁଜୁ ହୋଇଛି। ନିଖୋଜ ଛାତ୍ରୀକୁ ପୋଲିସ୍ ଖୋଜାଖୋଜି କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos