ରାଉରକେଲା: ସୁନ୍ଦରଗଡ଼ର ଜଣେ ବ୍ୟବସାୟୀଙ୍କ ଝୁଲନ୍ତା ଶବ ବୀରମିତ୍ରପୁର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଦିଲଚାନ୍ଦ ଯାଦବ (୪୫)। ଅପହରଣ ପରେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବାକୁ ଗଛରେ ଟାଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଦିଲଚାନ୍ଦ ୩ ଲକ୍ଷ ଟଙ୍କା ଧରି ରାଉରକେଲାକୁ ଏକ ଟ୍ରକ୍ କିଣିବାକୁ ଆସିଥିଲେ। ବେଦବ୍ୟାସରେ ପହଞ୍ଚିବା ପରେ ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ଆଜି ତାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯିବା ପରେ କେହି ତାଙ୍କୁ ଅପହରଣ କରି ହତ୍ୟା କରିଥିବା ପରିବାର ଲୋକେ ବୀରାମିତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।