ସମ୍ବଲପୁର: ହ୍ୟାକିଂ କରି ବ୍ୟାଙ୍କ ଖାତାରୁ ୪ ଲକ୍ଷ ଟଙ୍କା ଉଠାଇ ନେବା ଅଭିଯୋଗରେ ଜଣେ ଗିରଫ

ସମ୍ବଲପୁର: ସମ୍ୱଲପୁର ସହରରେ ହ୍ୟାକିଂ କରି ନିଜ ମାଲିକଙ୍କ ପାସ୍‌ବୁକରୁ ୪ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ଅଇଁଠାପାଲି ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପ୍ରିୟବ୍ରତ ନାୟକ ଓ ତାଙ୍କ ଘର ମୋଦିପଡାରେ। ଟଙ୍କା ଉଠାଇବା ପରେ ଅନଲାଇନ୍‌ ସପିଂ ଜରିଆରେ ପ୍ରିୟବ୍ରତ ମଗାଇ ଥିବା ଲକ୍ଷାଧିକ ଟଙ୍କାର ଅର୍ଡରକୁ ପୋଲିସ ବାତିଲ କରିଛି।

ଅଭିଯୁକ୍ତ ପ୍ରିୟବ୍ରତ ବୁର୍ଲାଠାରେ ସରକାରୀ ଇଂଜିନିୟରିଂ ପ୍ରତିଷ୍ଠାନ (ଭିଏସ୍‌ଏସ୍‌ୟୁଟି)ରୁ ଅଧାରୁ ପାଠପଢା ଛାଡି ଏକ  କମ୍ପ୍ୟୁଟର ଶୋ ରୁମରେ ଚାକିରି କରୁଥିଲେ। ସେ ଶୋ ରୁମର ମାଲିକଙ୍କ ମୋବାଇଲ, କମ୍ପ୍ୟୁଟର ଓ ବ୍ୟାଙ୍କ ଆକାଉଣ୍ଟ ଡାଟା ହ୍ୟାକ କରି ଅନଲାଇନ୍‌ରେ ୪ ଲକ୍ଷ ଟଙ୍କା ଉଠାଇ ନେଇଥିଲେ।

ଶୋ ରୁମ୍‌ରେ ସେ ବ୍ୟବହାର କରୁଥିବା କମ୍ପ୍ୟୁଟରର ମଦର ବୋର୍ଡ ଓ କେତେକ ଯନ୍ତ୍ରାଂଶ ପୋଲିସ ଜବତ କରିଛି।