ସମ୍ବଲପୁର: ଭୋଇମୁଣ୍ଡା ଗାଁରେ ଡବଲ ମର୍ଡର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଭୋଇମୁଣ୍ଡା ଗାଁରେ ଡବଲ ମର୍ଡର ହୋଇଛି। ଗତକାଲି ରାତିରେ ଦେଢଶୁର ଓ ଭାଇବୋହୂ ଶୋଇଥିବା  ସମୟରେ  ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପରିବାର ଲୋକମାନେ ବାହାଘର କାମରେ ବାହାରକୁ  ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରେ  ଶାସନ ଥାନା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।