ଏସସିବିରେ ଡାକ୍ତରୀ ଛାତ୍ର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ହାତାହାତି

କଟକ: କଟକ ବଡ ମେଡିକାଲ ହୃଦରୋଗ ବିଭାଗରେ ଲିଫ୍ଟରେ ଯିବାକୁ ନେଇ ଡାକ୍ତରୀ ଛାତ୍ର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ମାରପିଟ ହେବାରୁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଡାକ୍ତରୀ ଛାତ୍ରଙ୍କ ମାଡରେ ରୋଗୀଙ୍କ ଜଣେ ସମ୍ପର୍କୀୟ ଆହତ ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଛାତ୍ରଙ୍କୁ ମଙ୍ଗଳାବାଗ ଥାନାରେ ଅଟକ କରାଯାଇଛି।

ଆହତ ଜଣକ ହେଲେ ଭୁବନେଶ୍ୱର ଭିମଟାଙ୍ଗୀ ଅଞ୍ଚଳର ଦିପ୍ତିରଞ୍ଜନ ମିଶ୍ର। ଏନେଇ ଦିପ୍ତିରଞ୍ଜନଙ୍କ ପରିବାର ପକ୍ଷରୁ ଡାକ୍ତରୀ ଛାତ୍ରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି।