ଭୁବନେଶ୍ୱର: ଭୁବନେଶ୍ୱର ସେକ୍ସ ରାକେଟରେ ସମ୍ପୃକ୍ତ ବିଦେଶିନୀଙ୍କୁ ଆଜି ରୁଚିକା ହେଲପଲାଇନ କର୍ତ୍ତୃପକ୍ଷ କିର୍ଗିଜସ୍ତାନ ଦୂତାବାସକୁ ହସ୍ତାନ୍ତର କରିଛନ୍ତି। ଆଜି କିର୍ଗିଜସ୍ତାନ ଦୂତାବାସର ଜଣେ ମହିଳା ଅଧିକାରୀ ଭୁବନେଶ୍ୱରରେ ପହଞ୍ଚି ଚନ୍ଦ୍ରଶେଖରପୁର ପୋଲିସ୍ ସହ ଆଲୋଚନା କରିଥିଲେ ଓ ପରେ ସିଡ୍ଲ୍ୟୁସିରେ ପହଞ୍ଚିଥିଲେ। ରୁଚିକା ହେଲପ ଲାଇନ କର୍ତ୍ତୃପକ୍ଷ ବିଦେଶିନୀଙ୍କୁ କିର୍ଗିଜସ୍ତାନ ଦୂତାବାସକୁ ହସ୍ତାନ୍ତର କରିଥିଲେ।
ମାର୍ଚ୍ଚ ୨୩ ତାରିଖ ଦିନ ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଜଣେ ଯୁବକଙ୍କ ସହ ଜଣେ ବିଦେଶିନୀ ଧରାପଡ଼ିଥିଲେ। ତାଙ୍କ ଘର କିର୍ଗିଜସ୍ତାନ ବୋଲି ଜଣାପଡ଼ିଥିଲା। ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଏଇ ବିଦେଶିନୀ କଲଗାର୍ଲ କୋଲକାତାରୁ ଭୁବନେଶ୍ୱର ଆସିଥିବା ଜଣାପଡ଼ିଥିଲା। ଯୁବତୀ ଜଣଙ୍କ ପର୍ଯ୍ୟଟକ ଭିସାରେ ଗତ ଫେବୃୟାରୀ ମାସରୁ ଭାରତକୁ ଆସିଥିଲେ। ଏପ୍ରିଲ୍ ମାସ ପର୍ଯ୍ୟନ୍ତ ତାଙ୍କ ଭିସା ଅବଧି ଥିଲା। ମାର୍ଚ୍ଚ ୨୩ ତାରିଖରେ ତାଙ୍କୁ ଧରା ଯାଇଥିଲା। ତା’ର ଗୋଟିଏ ଦିନ ପୂର୍ବରୁ ସେ ଓଡ଼ିଶା ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।