ସୁନ୍ଦରଗଡ଼: ନାତି ମାଡ଼ରେ ଅଜା ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସିପୋକଚ୍ଛାର ଗାଁରେ ଆଜି ନାତିର କାଠ ଫାଳିଆ ମାଡ଼ରେ ଅଜାର ମୃତ୍ୟୁ ହୋଇଥିବା ବେଳେ ଆଈ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଅର୍ଜୁନ ପ୍ରଧାନ। ଆଈ ଫୁଲ ପ୍ରଧାନକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଦ୍ମଲୋଚନକୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କୌଣସି କଥାକୁ ନେଇ ପଦ୍ମଲୋଚନଙ୍କ ସହ ଅଜା, ଆଈଙ୍କ ବଚସା ହୋଇଥିଲା। ଏଥିରେ ପଦ୍ମଲୋଚନ […]

sundargrah

sundargrah

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 09:05 AM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସିପୋକଚ୍ଛାର ଗାଁରେ ଆଜି ନାତିର କାଠ ଫାଳିଆ ମାଡ଼ରେ ଅଜାର ମୃତ୍ୟୁ ହୋଇଥିବା ବେଳେ ଆଈ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଅର୍ଜୁନ ପ୍ରଧାନ। ଆଈ ଫୁଲ ପ୍ରଧାନକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଦ୍ମଲୋଚନକୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କୌଣସି କଥାକୁ ନେଇ ପଦ୍ମଲୋଚନଙ୍କ ସହ ଅଜା, ଆଈଙ୍କ ବଚସା ହୋଇଥିଲା। ଏଥିରେ ପଦ୍ମଲୋଚନ ଉତ୍ୟକ୍ତ ହୋଇ କାଠ ଫାଳିଆରେ ଉଭୟ ଅଜା, ଆଈ  ଉପରେ ଆକ୍ରମଣ କରିଥିଲା। ନାତିର ମାଡ଼ରେ ଅଜାର ମୃତ୍ୟୁ ହୋଇଥିବା ବେଳେ ଆଈ ଆହତ ହୋଇଥିଲେ। ଖବର ପାଇ ଲେଫ୍ରିପଡ଼ା ଥାନା ଅଧିକାରୀ ଜଗଦୀଶ ବାରା ଘଟଣାସ୍ଥଳରେ ପହଞ୍ଚି ଫୁଲ ପ୍ରଧାନକୁ ହସପିଟାଲରେ ଭର୍ତ୍ତି କରିଛନ୍ତି। ନାତି ପଦ୍ମଲୋଚନକୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos