ପାରଳାଖେମୁଣ୍ଡି: ଦେଶୀ ବନ୍ଧୁକ ଜବତ, ୨ ଗିରଫ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ପୋଲିସ ରବିବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଅଛି। ଅନ୍ୟତମ ଅଭିଯୁକ୍ତ ହେଲେ ଉମା ସବର। ଉଭୟଙ୍କ ଘର ଅନୁକୁଣ୍ଡଗୁଡାରେ ବୋଲି ଜଣାପଡିଛି। ପୋଲିସ ଗତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଦୁଇଜଣ ଏକ ବାଇକ୍‌ରେ ଗୋଟିଏ ବସ୍ତା ଧରି ଯାଉଥିଲେ। ପୋଲିସ ସେମାନଙ୍କୁ ରହିବାକୁ କହିଥିଲେ ମଧ୍ୟ […]

parallakhemundi

parallakhemundi

Rakesh Mallick
  • Published: Monday, 16 May 2016
  • Updated: 16 May 2016, 11:37 AM IST

Sports

Latest News

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ପୋଲିସ ରବିବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଅଛି। ଅନ୍ୟତମ ଅଭିଯୁକ୍ତ ହେଲେ ଉମା ସବର। ଉଭୟଙ୍କ ଘର ଅନୁକୁଣ୍ଡଗୁଡାରେ ବୋଲି ଜଣାପଡିଛି।

ପୋଲିସ ଗତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଦୁଇଜଣ ଏକ ବାଇକ୍‌ରେ ଗୋଟିଏ ବସ୍ତା ଧରି ଯାଉଥିଲେ। ପୋଲିସ ସେମାନଙ୍କୁ ରହିବାକୁ କହିଥିଲେ ମଧ୍ୟ ସେମାନେ ନ ଅଟକି ଦ୍ରୁତଗତିରେ ପଳାଇ ଥିଲେ। ପାଟ୍ରୋଲିଂ ଗାଡି ସେମାନଙ୍କୁ ପିଛା କରି ଗୁମ୍ମା ରାସ୍ତାରେ କାବୁ କରିଥିଲା। ଯାଞ୍ଚ ବେଳେ ସେମାନଙ୍କ ପାଖରୁ ବିନା ଲାଇସେନ୍ସର ଏକ ଦେଶୀ ବନ୍ଧୁକ ମିଳିଥିଲା।

ଆଜି ଦୁଇ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ କରୁଛି। ବନ୍ୟଜନ୍ତୁ ଶିକାର ପାଇଁ ଅଭିଯୁକ୍ତମାନେ ବନ୍ଧୁକ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପାରଳାଖେମୁଣ୍ଡି ଏସ୍‌ଡିପିଓ ଉତ୍କଳ ରଞ୍ଜନ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos