ରାଉରକେଲା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ରାଜସ୍ୱ ବିଭାଗ ଆସିଷ୍ଟାଣ୍ଟ୍ କଲେକ୍ଟର ଗୋଲକ ବିହାରୀ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ରାଉରକେଲା ବାସନ୍ତୀନଗରସ୍ଥିତ ଘର ସମେତ ଖୋର୍ଦ୍ଧା ଜିଲ୍ଳା ବାଣପୁରରେ ଥିବା ପୈତୃକ ଘର ଓ ନୟାଗଡ଼ ଜିଲ୍ଳା ମୟୂରଝାଲିଆ ସ୍ଥିତ ଶ୍ୱଶୁର ଘରେ ମଧ୍ୟ ଏକକାଳୀନ ଚଢ଼ାଉ ଚାଲିଛି।
ଗୋଲକ ବିହାରୀ ସେକ୍ରେଟାରୀଏଟ୍ରେ ରାଜସ୍ୱ ବିଭାଗରେ କାର୍ଯ୍ୟ କରନ୍ତି।
ଭିଜିଲାନ୍ସ ଡିଏସ୍ପି ପୁରୁଷୋତ୍ତମ ସେଠୀ କହିଛନ୍ତି,“ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ତାଙ୍କ ରାଉରକେଲା ସ୍ଥିତ ବାସନ୍ତୀ କଲୋନୀରେ ଥିବା ବସଭବନ ଉପରେ ଚଢାଉ ଚାଲିଛି। ତା’ହସହ ତାଙ୍କ ଶ୍ୱଶୁର ଘର ନାୟଗଡ଼ ଜିଲ୍ଳା ମୟୂରଝାଲିଆ ଓ ପୈତୃକ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମଧ୍ୟ ଚଢ଼ାଉ ହେଉଛି।”
ଖବର ଲେଖାଯିବା ସୁଦ୍ଧା ତାଙ୍କ ସମ୍ପତ୍ତି ମୂଲ୍ୟ ଆକଳନ କରାଯାଇ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।