ସମ୍ବଲପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ସହକାରୀ ଯନ୍ତ୍ରୀ ଶ୍ୟାମସୁନ୍ଦର ମାଝିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ସମ୍ବଲପୁରର ଟାଙ୍ଗରପାଲି ସ୍ଥିତ ତାଙ୍କ ଘର, ରେଢ଼ାଖୋଲ ସ୍ଥିତ ଅଫିସ୍, ଝାରସୁଗୁଡ଼ା ଜିଲ୍ଲାର କୁମାରବନ୍ଧ ସ୍ଥିତ ତାଙ୍କ ପୈତୃକ ଘର ଓ ସୁନ୍ଦରଗଡ଼ ଜିଲ୍ଲାର ମୁଣ୍ଡାଗାଁ ସ୍ଥିତ ତାଙ୍କ ଶ୍ୱଶୁରଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଛି ବୋଲି ସମ୍ବଲପୁର ଜିଲ୍ଲା ଭିଜିଲାନ୍ସର ଡିଏସ୍ପି କହିଛନ୍ତି। ସମ୍ବଲପୁରର ଟାଙ୍ଗରପାଲି ସ୍ଥିତ ଦୁଇ ମହଲା ଘରଟି ତାଙ୍କ ସ୍ତ୍ରୀଙ୍କ ନାଁରେ ରହିଛି। ଏହି ଘରେ ତାଙ୍କର ଗୋଟିଏ ବୋଲେରୋ ଗାଡ଼ି ସହିତ ତିନିଟି ବାଇକ୍ ଠାବ କରାଯାଇଛି। ବୋଲେରୋ ଓ ଦୁଇଟି ବାଇକ୍ ତାଙ୍କ ପତ୍ନୀଙ୍କ ନାମରେ ରହିଛି। ତେବେ ସମସ୍ତ ସ୍ଥାନରେ ଚଢ଼ାଉ ଶେଷ ହେବା ପରେ ଯାଇ ତାଙ୍କର ପ୍ରକୃତ ସଂପତ୍ତି ସଂପର୍କରେ ତଥ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସ ଡିଏସ୍ପି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।