ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେଲ୍ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍‌)ର ଜଣେ ମହିଳା ଅଧିକାରୀଙ୍କ ଘରେ ଶୁକ୍ରବାର ସିବିଆଇ ଚଢ଼ାଉ କରିଛି। ତାଙ୍କ ନାଁ ବୀଣାପାଣି ପଣ୍ଡା। ସେ ସେଲ୍‌ର ଭୁବନେଶ୍ୱର ଶାଖାର ର-ମେଟେରିଆଲ୍ ବିଭାଗର ସିନିୟର ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ୍ ଅଛନ୍ତି। ଚଢ଼ାଉ ବେଳେ ତାଙ୍କ ନାଁରେ କୋଟି କୋଟି ଟଙ୍କାର ତିନିଟି କୋଠା ଥିବା ସିବିଆଇ ଜାଣିବାକୁ ପାଇଛି। ଏହି ତିନିଟି କୋଠାର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ […]

CBI

CBI

Rakesh Mallick
  • Published: Friday, 01 April 2016
  • Updated: 01 April 2016, 01:32 PM IST

Sports

Latest News

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍‌)ର ଜଣେ ମହିଳା ଅଧିକାରୀଙ୍କ ଘରେ ଶୁକ୍ରବାର ସିବିଆଇ ଚଢ଼ାଉ କରିଛି। ତାଙ୍କ ନାଁ ବୀଣାପାଣି ପଣ୍ଡା। ସେ ସେଲ୍‌ର ଭୁବନେଶ୍ୱର ଶାଖାର ର-ମେଟେରିଆଲ୍ ବିଭାଗର ସିନିୟର ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ୍ ଅଛନ୍ତି। ଚଢ଼ାଉ ବେଳେ ତାଙ୍କ ନାଁରେ କୋଟି କୋଟି ଟଙ୍କାର ତିନିଟି କୋଠା ଥିବା ସିବିଆଇ ଜାଣିବାକୁ ପାଇଛି। ଏହି ତିନିଟି କୋଠାର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ସିବିଆଇ ପକ୍ଷରୁ ଆକଳନ କରାଯାଇଛି। ଏହା ବ୍ୟତୀତ ତାଙ୍କ ନାଁରେ ପ୍ରାୟ ୧୦ଟି ବ୍ୟାଙ୍କ୍‌ରେ ଆକାଉଣ୍ଟ୍ ରହିଛି। ତାଙ୍କ ନାଁରେ ବ୍ୟାଙ୍କରେ ଦୁଇଟି ଲକର ବି ରହିଛି।

ବୀଣାପାଣିଙ୍କ ଘରୁ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବ୍ୟାଙ୍କ ଡକ୍ୟୁମେଣ୍ଟ୍ ଗୁଡ଼ିକୁ ଜବତ କରିଛି।

ବୀଣାପାଣିଙ୍କ ସ୍ୱାମୀ ଜଣେ ଅବସରପ୍ରାପ୍ତ ପୋଲିସ୍ କର୍ମଚାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos