ଲୋଇସିଂହା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲୋଇସିଂହା ଫରେଷ୍ଟର ଖଗେଶ୍ୱର ଜେନାଙ୍କର ବଲାଙ୍ଗିର ସହର ସ୍ଥିତ ଶାନ୍ତିପଡ଼ା ଘରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ। ବଲାଙ୍ଗିର, ସୋନପୁର ଓ ବରଗଡ଼ ଭିଜିଲାନ୍ସ ଡିଏସ୍‌ପିଙ୍କ ମିଳିତ ଟିମ୍ ଏହି ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ଖଗେଶ୍ୱର ଜେନାଙ୍କ ଘରୁ ୨୨ ଟି ପାସ୍‌ବୁକ୍ ଏବଂ ସାତ ଭରି ସୁନା ଜବତ କରାଯାଇଛି। ଏହି ପାସ୍‌ବୁକ୍ ଓ ସୁନା ଅଳଙ୍କାରକୁ କାନ୍ଥରେ କଣା କରି ଅତି ଚତୁରତାର ସହିତ […]

forester

forester

Rakesh Mallick
  • Published: Monday, 16 May 2016
  • Updated: 16 May 2016, 06:40 AM IST

Sports

Latest News

foresterବଲାଙ୍ଗିର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲୋଇସିଂହା ଫରେଷ୍ଟର ଖଗେଶ୍ୱର ଜେନାଙ୍କର ବଲାଙ୍ଗିର ସହର ସ୍ଥିତ ଶାନ୍ତିପଡ଼ା ଘରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ। ବଲାଙ୍ଗିର, ସୋନପୁର ଓ ବରଗଡ଼ ଭିଜିଲାନ୍ସ ଡିଏସ୍‌ପିଙ୍କ ମିଳିତ ଟିମ୍ ଏହି ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ଖଗେଶ୍ୱର ଜେନାଙ୍କ ଘରୁ ୨୨ ଟି ପାସ୍‌ବୁକ୍ ଏବଂ ସାତ ଭରି ସୁନା ଜବତ କରାଯାଇଛି। ଏହି ପାସ୍‌ବୁକ୍ ଓ ସୁନା ଅଳଙ୍କାରକୁ କାନ୍ଥରେ କଣା କରି ଅତି ଚତୁରତାର ସହିତ ଲୁଚାଇ ରଖିଥିଲେ ଖଗେଶ୍ୱର। ତାଙ୍କର ଆଉ କେଉଁଠି ପ୍ଲଟ୍ ଅଛି ଓ ବ୍ୟାଙ୍କ ଆକାଉଣ୍ଟ୍ ଗୁଡ଼ିକରେ କେତେ ଟଙ୍କା ଜମା ଅଛି, ତା’ର ଖୋଳତାଡ଼ କରାଯାଉଛି ବୋଲି ବଲାଙ୍ଗିର ଜିଲ୍ଲା ଭିଜିଲାନ୍ସ ଡିଏସ୍‌ପି ଅଭିରାମ କର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos