ଆସନ୍ତା ୨୬ରୁ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୧ତମ ରାଷ୍ଟ୍ରୀୟ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୬ରୁ ୪ଦିନ ଧରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-ଟୁରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୧ତମ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଦେଶର ପ୍ରାୟ ୫ଶହରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୨୦୦୦ ବିଦ୍ୟାର୍ଥୀ, ଅଧ୍ୟାପକ ଓ ପ୍ରତିନିଧି ଯୋଗଦେବେ। ଏହି ଅଧିବେଶନରେ ନୂତନ ଜାତୀୟ ଶିକ୍ଷାନୀତି, ରାଷ୍ଟ୍ରୀୟ ସୁରକ୍ଷା, ଦେଶର ଶୈକ୍ଷିକ ବାତାବରଣ ଓ ସ୍କିଲ୍ ଡେଭଲପମେଣ୍ଟ ଉପରେ ଆଲୋଚନା କରାଯିବ।
ଓଡ଼ିଶାର ଐତିହ୍ୟ, ଚାରୁକଳା ଓ ଜଗନ୍ନାଥ ସଂସ୍କୃତି ଉପରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏହାସହ ପ୍ରଫେସର ଯଶବନ୍ତ ରାଓ କେଲକର ଯୁବ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଏବିଭିପି ପକ୍ଷରୁ ସୂଚନା ଦିଆଯାଇଛି।