ବିଦେଶରେ ଓଡ଼ିଶା କଳାକାର ପ୍ରଶଂସିତ

odishaୟୁଏସ: ଇଲ୍ଲିନସ୍ ଷ୍ଟେଟ ୟନିଭରସିଟି ପଡିଆରେ ଏମସିଆଇଏ ତରଫରୁ ହୋଇଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଓଡିଶାର କଳାକାରମାନେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଓଡ଼ିଶା ତରଫରୁ ନୃତ୍ୟରେ ଉର୍ମି ଦାସ, ସିବାଙ୍ଗିବାଳା ସାମନ୍ତ, ନିହାରିକା ମାଝି, ଅନାମିକା ଧଳ, ସରିତା ନାୟକ, ବିଜୟ ପ୍ରିୟଦର୍ଶନୀ ସାହୁ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପକ୍ଷରୁ ଷ୍ଟଲ ମଧ୍ୟ ପଡିଥିଲା । ଏଥିରେ ପଶ୍ଚିମବଙ୍ଗ, ଗୁଜରାଟ, କେରଳ, ଚେନ୍ନାଇ, ବିହାର, ଦିଲ୍ଲୀର ପ୍ରତିନିଧିମାନେ ନାଚ ଓ ଗୀତ କାର୍ଯ୍ୟକ୍ରମ କରିଥିଲେ । ଇଲ୍ଲିନସ ଷ୍ଟେଟ ୟନିଭରସିଟି ଡିନ ଏବଂ ବ୍ଲୁମିଂଟନର ମେୟର ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।