ଜଗତସିଂହପୁର: ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବାଲିକୁଦା ବ୍ଲକ ଗୋପାଳପୁର ଗାଁର ରନିମଣୀ ସାହୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି ହେବାର ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଡାକ୍ତର ତାଙ୍କର ଚିକିତ୍ସା ନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ମୃତକଙ୍କ ପୁଅ ଇବନ ସାହୁ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଯଦି ଠିକ୍ ସମୟରେ ଚିକିତ୍ସା ହୋଇଥିଲେ ହୁଏତ ତାଙ୍କ ମାଆ ବଞ୍ଚି ଯାଇଥାନ୍ତେ। ଅନ୍ୟପକ୍ଷରେ ରନିମଣୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ଥିଲା ଏବଂ ସେଥିପାଇଁ ତାଙ୍କର ମୃତ୍ୟୁ ଘଟିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଝୁମର ବିକ୍ରି ନାଁରେ ୧୯ ଲକ୍ଷ ଚୁନ ମାରିଲେ ବ୍ୟବସାୟୀ; ବଦଳାଇ ଦେଲେ ଟଙ୍କା ବାକ୍ସ
ଗତକାଲି ରାତିରେ ଅଜୟ ଓ ଶିବଶଙ୍କରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଥିଲା।
Miscellaneous
ଜଙ୍ଗଲରେ ପାଟ୍ରୋଲିଂ କରିବ ଅଲ୍-ଟେରେନ୍ ମୋଟର ଯାନ; ଆଖି ପିଛୁଳାକେ ଲିଭାଇବ ନିଆଁ
ଘଞ୍ଚ ଜଙ୍ଗଲ ଭିତରେ ଗଡ଼ିବ ମୋଟର ଯାନ । ନିଆଁ ଲାଗିଲେ ତାହାକୁ ପ୍ରତିହତ କରିବାକୁ ତତକ୍ଷଣାତ ଏହା ନେଇ ପାରିବ ପଦକ୍ଷେପ । ଏଥିପାଇଁ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ମିଳିଛି ଅଲ୍-ଟେରେନ୍ ମୋଟର ଯାନ ବା ଏଟିଭି ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ।
Crime
କାର୍ରୁ ବାହାରିଲା ୮୮ କେଜି ରୂପା ଇଟା ଓ ନଗଦ ୫ ଲକ୍ଷ ଟଙ୍କା
କାର୍ରେ ଚାଲାଣ ହେଉଥିଲା ରୂପା ଇଟା। ତା’ ସହ ନଗଦ ଟଙ୍କା ବି ଭର୍ତ୍ତି ହୋଇଥିଲା। ଜିଏସ୍ଟି ଫାଙ୍କି କାର୍ଟି ଯାଉଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ୍।
Accident
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା;୨ ମୃତ, ୨ଗୁରୁତର
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Crime
ବିଚ୍ ବଜାରରେ ବୀଭତ୍ସ କାଣ୍ଡ; ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ପୂର୍ବ ଶତ୍ରୁତା ହେଲା କାଳ । ବିଚ୍ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।