ଜଗତସିଂହପୁର: ବସ୍ ଧକ୍କାରେ ବୃଦ୍ଧ ମୃତ

ଜଗତସିଂହପୁର: ଆଳିପିଙ୍ଗଳ-ମଣ୍ଡାସାହି ରାସ୍ତାର ମୁଣ୍ଡିଲୋ ଛକ ନିକଟରେ ଆଜି ସକାଳେ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଅଲେଖ ଭୋଇ (୭୨)।

ମଣ୍ଡାସାହିରୁ ଆସୁଥିବା ଏକ ଘରୋଇ ବସ୍ ମୁଣ୍ଡିଲୋଠାରେ ରାସ୍ତା ପାର ହେଉଥିବା ଅଲେଖଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।