ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଜଣ୍ଡିସ ଆତଙ୍କ ଦେଖାଦେଇଛି । ଗୋଟିଏ ପରେ ଗୋଟିଏ ଗାଁକୁ ଜଣ୍ଡିସ ବ୍ୟାପିବାରେ ଲାଗିଛି । ଦୂଷିତ ଜଳ ଯୋଗୁ ଜଣ୍ଡିସ ବ୍ୟାପୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ଖମାର ହଳଦୀ ଓ ଡଙ୍ଗରପଡା ଗ୍ରାମରେ ଜଣ୍ଡିସ ବ୍ୟାପିଥିବା ଅଭିଯୋଗ ହୋଇଛି । ଖମାର ହଳଦୀ ଗାଁର ୨ଜଣ ଓ ଡଙ୍ଗରପଡା ଗାଁର ୧୦ଜଣ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି । ଦୂଷିତ ଜଳ ହିଁ ଜଣ୍ଡିସ ବ୍ୟାପିବାର କାରଣ ବୋଲି ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି । ସରକାର ସମସ୍ତଙ୍କ ପାଖରେ ଶୁଦ୍ଧ ପାଣି ଯୋଗାଇ ଦେବାକୁ ଯୋଜନା କରୁଛନ୍ତି । ମାତ୍ର କଳାହାଣ୍ଡି ଜିଲ୍ଲାରେ ଏପରି ବହୁ ଅଞ୍ଚଳ ଅଛି ଯେଉଁଠି ଆଜି ବି ଲୋକେ ନାଳ, ପୋଖରୀ ପାଣି ବ୍ୟବହାର କରୁଛନ୍ତି । ଫଳରେ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ହେଉଛି । ସ୍ଥିତି ଏପରି ହୋଇଛି ଯେ, ବିଭିନ୍ନ ଗାଁରେ ଜଣ୍ଡିସ ବ୍ୟାପି ୪୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମେତ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୬ ମାସ ହେଲା କଲବଲ କରୁଛନ୍ତି ପିମ୍ପୁଡ଼ି, ଅତିଷ୍ଠ ହେଲେଣି ଗ୍ରାମବାସୀ
ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ । ୬ ମାସ ହେଲା କଲବଲ କରୁଛନ୍ତି । ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି।
Crime
ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର
ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।
Miscellaneous
ଖୋଲିଲା ଧାନ ମଣ୍ଡି, ମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ଆଜି ଉତ୍ସବର ଦିନ
ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍ କରାଯିବ ।
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।
Crime
କଟକରେ ଲଜ୍ଜା; ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ବାରଙ୍ଗ ପୁଲିସ ତ୍ରିଶୁଳିଆ ଅଞ୍ଚଳରୁ ତାଙ୍କୁ ଗିରଫ କରିଛି।