ପୁରୀ: ସମଙ୍ଗରା ମୌଜାର ପ୍ରସ୍ତାବିତ ସରକାରୀ ମେଡ଼ିକାଲ୍ କଲେଜ ନିର୍ମାଣକୁ ବିରୋଧ

ପୁରୀ: ପୁରୀ ସମଙ୍ଗରା ମୌଜାର ପ୍ରସ୍ତାବିତ ସରକାରୀ ମେଡ଼ିକାଲ୍ କଲେଜ ନିର୍ମାଣକୁ ବାଲିଗୁଆଳିର ମହିଳାମାନେ ବିରୋଧ କରିଛନ୍ତି । ନିର୍ମାଣ କାମ ପାଇଁ ଶୁଭ ଦେବାବେଳେ ପୋଲିସ ସହ ଆନ୍ଦୋଳନକାରୀ ମହିଳାମାନେ ମୁହାଁମୁହିଁ ହୋଇଥିଲେ। ସେପଟେ ବିରୋଧର ସମ୍ଭାବନାକୁ ଦେଖି ୧୪୪ ଧାରା ଜାରି କରିଥିଲା ପୋଲିସ। ଆନ୍ଦୋଳନବେଳେ କିଛି ମହିଳା ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଥିଲା। ତେବେ ବାଦବିବାଦ ସତ୍ତ୍ୱେ ଆଜି ଏହି ପ୍ରସ୍ତାବିତ ମେଡ଼ିକାଲ୍ କଲେଜ ନିର୍ମାଣ ପାଇଁ ଏଲ୍ ଆଣ୍ଡ ଟି ପକ୍ଷରୁ ନିର୍ମାଣ କାର୍ଯ୍ୟର ଶୁଭ ଦିଆଯାଇଛି।

 ପ୍ରସ୍ତାବିତ ସ୍ଥାନରେ ବାଲିଗୁଆଳି ଗ୍ରାମବାସୀଙ୍କର ପୋଖରୀ, ଶ୍ମଶାନ ଓ ସବୁଦିନିଆ ରାସ୍ତା ରହିଛି। ତେଣୁ ସମଙ୍ଗରା ବଦଳରେ ଅନ୍ୟତ୍ର ମେଡ଼ିକାଲ୍ କଲେଜ ନିର୍ମାଣ କରାଯାଉ ବୋଲି ସ୍ଥାନୀୟ ମହିଳାମାନେ ଦାବି କରିଛନ୍ତି।