ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ବାତିଲ ଯୋଗୁଁ ପୁରୀ ରେଳ ଷ୍ଟେସନରେ ଉତ୍ତେଜନା

ପୁରୀ: ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ବାତିଲ ଯୋଗୁଁ ଆଜି ପୁରୀ ରେଳ ଷ୍ଟେସନରେ ଉତ୍ତେଜନା ଦେଖାଯାଇଛି। ଟ୍ରେନ୍‌ ବାତିଲ ଯୋଗୁଁ ଷ୍ଟେସନରେ ଶହଶହ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଦୀର୍ଘ ସମୟ ଧରି ଯାତ୍ରୀଙ୍କୁ ରେଳଷ୍ଟେସନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରକାର ସହଯୋଗ ଯୋଗାଇ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଉତ୍ତ୍ୟକ୍ତ ଯାତ୍ରୀମାନେ ରେଳ ଷ୍ଟେସନରେ ଧାରଣା ଦେଇଥିଲେ।ପୁରୀ-ହାୱଡ଼ା ଶତାବ୍ଦୀଏକ୍ସପ୍ରେସ ବାତିଲ ହେବ ବୋଲି କୌଣସି  ସୂଚନା ଦିଆଯାଇ ନାହିଁ ବୋଲି ଯାତ୍ରୀମାନେ କହିଛନ୍ତି।

ଗତକାଲି ବାଲେଶ୍ୱର ମାର୍କୋଣାରେ ରେଳରୋକ ହୋଇଥିବାରୁ ପୁରୀରୁ ଶତାବ୍ଦୀ ଏକ୍ସପ୍ରେସ କୋଲକାତା ଯାଇଥିଲା,ତାହା ସେଠାରେ ବିଳମ୍ବ ପହଞ୍ଚିଥିଲା। ତେଣୁ ଆଜି ପୁରୀଠାରୁ ଶତାବ୍ଦୀ ଏକ୍ସପ୍ରେସ ଯିବାକୁ ବାତିଲ କରାଯାଇଛି। ଯାତ୍ରୀମାନଙ୍କ ବିଭିନ୍ନ ଟ୍ରେନରେ କୋଲକତା ଆଦି ସ୍ଥାନକୁ ଯିବା ପାଇଁ ସୁବିଧା କରାଯାଉଛି ।କିନ୍ତୁ ସେହି ଶତାବ୍ଦୀ ଏକ୍ସପ୍ରେସରେ ଯିବା ପାଇଁ ଯାତ୍ରୀ ଅଡ଼ି ବସିଥିଲେ ବୋଲି ରେଳ ଷ୍ଟେସନର ସୁପରିଟେଣ୍ଡେଣ୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’