ମୁମ୍ବାଇ: କାପୁର ତନୟା ସୋନମ ଓ ବଚ୍ଚନ ପରିବାର ବହୂ ଐଶ୍ ଚଳିତବର୍ଷ କାନ୍ସ ଫିଲ୍ମି ଫେଷ୍ଟିୱାଲରେ ଭାଗ ନେବେ। ଏବର୍ଷ ବି ସୋନ୍ ଓ ଐଶ୍ କାନ୍ସର ରେଡ୍ କାର୍ପେଟ ଉପରେ ଦେଖାଇବେ ତାଙ୍କ ଜଲୱା। ଏହି ଅଭିନେତ୍ରୀ ଦ୍ୱୟ ଏଲ’ଓରେଲ କସ୍ମେଟକ୍ସର ବ୍ରାଣ୍ଡ ଆମ୍ବାସଡର ଥିବାରୁ ସେମାନେ ସେଠାକୁ ଯିବେ।
କିନ୍ତୁ ଅନ୍ୟତମ ବ୍ରାଣ୍ଡ ଆମ୍ବାସଡର କାଟ୍ରିନା ସେଠାକୁ ଯିବକୁ ସମ୍ମତି ପ୍ରକାଶ କରିନାହାନ୍ତି ।ତେଣୁ ସେ ଏହାକୁ ଗତବର୍ଷ ପରି ମିସ୍ କରିବେ। ଅନ୍ୟପଟରେ ଐଶ୍ ନବମ ଥରପାଇଁ ସେଠାକୁ ଯାଉଥିବାବେଳେ ସୋନମ କାପୁର ସେଠାକୁ ଯିବାକୁ ବ୍ୟଗ୍ର ବୋଲି ତାଙ୍କ ଟ୍ୱିଟର ପେଜ୍ରେ ଲେଖିଛନ୍ତି।
ଏହି ୧୨ ଦିନିଆ ଫିଲ୍ମି ଫେଷ୍ଟିୱାଲ ଆସନ୍ତା ମେ ମାସ ୧୩ରୁ ୨୪ ତାରିଖ ଯାଏ ଚାଲିବ। ଏଥର ନିଦେ୍ର୍ଧଶକ ଅନୁରାଗ କାଶ୍ୟାପ ତାଙ୍କ ଅପ୍କମିଂ ଫିଲ୍ମି ‘ବମ୍ବେ ଭେଲଭେଟ’କୁ ସେଠାରେ ପ୍ରଦର୍ଶିତ କରିବେ ବୋଲି ଆଲୋଚନା ହେଉଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି ଅନୁରାଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Entertainment
ବନ୍ଧୁଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଓ ବିବାଦ
ମାମ୍ମୁଟ୍ଟୀ ଓ ମୋହନଲାଲଙ୍କ ମଧ୍ୟରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଘନିଷ୍ଠ ବନ୍ଧୁତା ରହିଆସିଛି। ଏହି ଦୁଇ ସୁପରଷ୍ଟାର ଏକାଠି ପ୍ରାୟ ୫୫ଟି ଫିଲ୍ମରେ ଅଭିନୟ କରିଛନ୍ତି।

Tollywood
ପୁଣି ରେଭନ୍ଥ ରେଡ୍ଡୀ ବନାମ ଟଲିଉଡ? ୨୫ ସେଲେବ୍ରିଟିଙ୍କ ନାଁରେ ଏଫଆଇଆର୍
ବେଟିଂ ଫ୍ଲାଟଫର୍ମ ଗୁଡ଼ିକ ସେମାନଙ୍କ ଆପ ଓ ୱେବସାଇଟକୁ ସୋଶାଲ ମିଡିଆ ବିଜ୍ଞାପନ ଦ୍ୱାରା ପ୍ରଚାର କରୁଛନ୍ତି। ସେଲେବ୍ରିଟିଙ୍କ ଦ୍ୱାରା ଏପରି କରାଯାଉଛି।

Bollywood
ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ କରାଯାଇଥିଲା କି ହତ୍ୟା? ୨ ଦଶନ୍ଧି ପରେ ତେଜିଲା ବିବାଦ
ତେଲୁଗୁ ସିନେମାର ହୃତସ୍ପନ୍ଦନ ତଥା ଡାକ୍ତର ସୌନ୍ଦର୍ଯ୍ୟା ମାତ୍ର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଏଥିପାଇଁ ସେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କରିମନଗରକୁ ପ୍ରଚାର ପାଇଁ ବିମାନରେ ବାହାରିଥିଲେ।

Bollywood
ଭାରତର ଧନୀ ଅଭିନେତ୍ରୀ କିଏ? ମିସ ଇଣ୍ଡିଆ ଜିତିବା ପରେ ବଲିଉଡରେ କରିଥିଲେ ଏଣ୍ଟ୍ରୀ
ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

Entertainment
ଉତ୍ତମ ମହାନ୍ତି: ଉତ୍ତମ ଅଭିନେତା, ଉତ୍ତମ ମଣିଷ
ଉତ୍ତମ ମହାନ୍ତିଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି।