୨୨ ବର୍ଷ ପରେ ରାଜକୁମାର ସନ୍ତୋଷୀଙ୍କର ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ୨୨ ବର୍ଷ ପୂର୍ବରୁ ସଲମାନ ଖାନ୍‌  ରାଜ କୁମାର ସନ୍ତୋଷୀଙ୍କର ନିର୍ଦ୍ଦେଶିତ ଫିଲ୍ମ “ ଅନ୍ଦାଜ୍ ଅପନା ଅପନା”ରେ  ଅମୀର ଖାନଙ୍କ ସହିତ କାମ କରିଥିଲେ। ଏବେ ପୁଣି ଥରେ ରାଜ କୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ସଲମାନ କାମ କରିବେ ବୋଲି ଜଣାପଡ଼ିଛି। ଏକ ରିପୋର୍ଟ ଅନୁସାରେ, ସଲମାନଙ୍କୁ ରାଜକୁମାର ସନ୍ତୋଷୀଙ୍କ ଆଗାମୀ ଫିଲ୍ମର ସ୍କ୍ରିପ୍ଟ  ବହୁତ ପସନ୍ଦ ହୋଇଛି। ସେ ତାଙ୍କ କାମରେ ବହୁତ ପ୍ରଭାବିତ ହୋଇଛନ୍ତି। ଏହି ଫିଲ୍ମରେ କମେଡି ତଡକା […]

salman-khan-

salman-khan-

Rakesh Mallick
  • Published: Monday, 11 April 2016
  • Updated: 11 April 2016, 09:47 AM IST

Sports

Latest News

ମୁମ୍ବାଇ: ୨୨ ବର୍ଷ ପୂର୍ବରୁ ସଲମାନ ଖାନ୍‌  ରାଜ କୁମାର ସନ୍ତୋଷୀଙ୍କର ନିର୍ଦ୍ଦେଶିତ ଫିଲ୍ମ “ ଅନ୍ଦାଜ୍ ଅପନା ଅପନା”ରେ  ଅମୀର ଖାନଙ୍କ ସହିତ କାମ କରିଥିଲେ। ଏବେ ପୁଣି ଥରେ ରାଜ କୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ସଲମାନ କାମ କରିବେ ବୋଲି ଜଣାପଡ଼ିଛି।

ଏକ ରିପୋର୍ଟ ଅନୁସାରେ, ସଲମାନଙ୍କୁ ରାଜକୁମାର ସନ୍ତୋଷୀଙ୍କ ଆଗାମୀ ଫିଲ୍ମର ସ୍କ୍ରିପ୍ଟ  ବହୁତ ପସନ୍ଦ ହୋଇଛି। ସେ ତାଙ୍କ କାମରେ ବହୁତ ପ୍ରଭାବିତ ହୋଇଛନ୍ତି। ଏହି ଫିଲ୍ମରେ କମେଡି ତଡକା ସହିତ ଜବରଦସ୍ତ ଆକସନ୍ ମଧ୍ୟ ଦେଖିବାକୁ ମିଳିବ।

ଫିଲ୍ମ ନର୍ମାତା କବୀର ଖାନଙ୍କ ଏକ ଫିଲ୍ମରେ ମଧ୍ୟ କାମ କରିବାକୁ ସଲମାନ୍ ଚୁକ୍ତି କରିଛନ୍ତି। ତେଣୁ ୨୦୧୭ରେ ସଲମାନଙ୍କ ଦୁଇଟି ଫିଲ୍ମ ରିଲିଜ୍ ହେବ। ଦୁଇଟି ଫିଲ୍ମର କାହାଣୀ ସଂପୂର୍ଣ୍ଣ ଅଲଗା।

ରାଜ କୁମାର ସନ୍ତୋଷୀ “ଅନ୍ଦାଜ ଅପନା ଅପନା”ର ସିକ୍ୟୁଏଲ ବନାଇବାକୁ ଚାହୁଁଥିଲେ। କିନ୍ତୁ ଭଲ ସ୍କ୍ରିପ୍ଟ ନ ମଳିବାରୁ ସେ  ତାଙ୍କର ମତ ବଦଳାଇ ଦେଇଛନ୍ତି। ସେ ଏବେ  ଏକ ଲଭ୍ ଷ୍ଟୋରି ଉପରେ ଫିଲ୍ମ କରିବାକୁ ଯାଉଛନ୍ତି, ଯେଉଁଥିରେ ଫିଲ୍ମରେ ସଲମାନଙ୍କୁ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos