୩୦ ବର୍ଷ ପରେ ମଞ୍ଚ ନାଟକକୁ ଫେରୁଛନ୍ତି ଅଜିତ ଦାସ

ଭୁବନେଶ୍ୱର: ଦୀର୍ଘ ୩୦ବର୍ଷ ପରେ ମଞ୍ଚ ନାଟକକୁ ଫେରୁଛନ୍ତି ବିଶିଷ୍ଟ ଚଳଚିତ୍ର ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅଜିତ ଦାସ । ଅଗଷ୍ଟ ୫ ଓ ୬ରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ଥିବା ନାଟକ ‘ସିଏ କିଏ’ରେ ଏକ ଅବସରପ୍ରାପ୍ତ ବିଚାରପତି ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ୍ ଥିଏଟରର ବର୍ଷିକ ଉତ୍ସବରେ ୨ଦିନ ଧରି ଏହି ନାଟକ ପରିବେଷଣ କରାଯିବ। ଏଥିରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭୂମିକାରେ ଅଛନ୍ତି କୋଆର୍ଟିଷ୍ଟ କୁନି […]

ajit das

ajit das

Rakesh Mallick
  • Published: Monday, 03 August 2015
  • Updated: 03 August 2015, 02:32 PM IST

Sports

Latest News

ଭୁବନେଶ୍ୱର: ଦୀର୍ଘ ୩୦ବର୍ଷ ପରେ ମଞ୍ଚ ନାଟକକୁ ଫେରୁଛନ୍ତି ବିଶିଷ୍ଟ ଚଳଚିତ୍ର ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅଜିତ ଦାସ । ଅଗଷ୍ଟ ୫ ଓ ୬ରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ଥିବା ନାଟକ ‘ସିଏ କିଏ’ରେ ଏକ ଅବସରପ୍ରାପ୍ତ ବିଚାରପତି ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ୍ ଥିଏଟରର ବର୍ଷିକ ଉତ୍ସବରେ ୨ଦିନ ଧରି ଏହି ନାଟକ ପରିବେଷଣ କରାଯିବ। ଏଥିରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭୂମିକାରେ ଅଛନ୍ତି କୋଆର୍ଟିଷ୍ଟ କୁନି ମିଶ୍ର। ତେବେ ପରିଣତ ବୟସରେ କେହି କାହାକୁ ଚିହ୍ନି ପାରୁ ନ ଥିବା ବେଳେ ଯୁବକ ସମୟରେ ଦୁହିଁଙ୍କ ଭିତରେ ଥିବା ଅଜଣା ଓ ସାଶ୍ୱତ ପ୍ରେମ କାହାଣୀକୁ ମନେ ପକାଇଛନ୍ତି ଉଭୟେ । ଏଭଳି ଏକ ଭିନ୍ନ ସ୍ୱାଦର ନାଟକକୁ ମାୟା ଦାସ ରଚନା କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିଜେ ଅଜିତ ଦାସ। ଏଥିପାଇଁ ପ୍ରସ୍ତୁତି ବେଶ ଜୋରସୋରରେ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos