‘ନ୍ୟାସନାଲ କ୍ରସ୍’ ରଶ୍ମିକା

ଚେନ୍ନାଇ: ଚର୍ଚ୍ଚାରେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦନା । ‘କର୍ଣ୍ଣାଟକ କ୍ରସ’ ପରେ ଏବେ ‘ନ୍ୟାସନାଲ କ୍ରସ’ ପାଲଟିଛନ୍ତି ରଶ୍ମିକା । ନିଜ ଏକ୍ସେପ୍ରସନ ଏବଂ ଅଭିନୟ ଯାଦୁରେ ଲକ୍ଷ ଲକ୍ଷ ଫ୍ୟାନ୍ସକୁ କରିଛନ୍ତି ପାଗଳ  । ଇନଷ୍ଟାଗ୍ରାମରେ ଆଜିକାଲି ତାଙ୍କର ଷ୍ଟାଇଲିସ ଫଟୋ ସବୁ ବେଶ୍ ଭାଇରାଲ ହେବାରେ ଲାଗିଛି । ଏଥିପାଇଁ ଗୁଗୁଲ ରଶ୍ମିକାଙ୍କୁ ଭାରତର ‘ନ୍ୟାସନାଲ କ୍ରସ’ ୨୦୨୦ର ମାନ୍ୟତା ଦେଇଛି । ଏହି ମାନ୍ୟତା ମିଳିବା ପରେ ରଶ୍ମିକା ନିଜ ଇନଷ୍ଟାଗ୍ରାମରେ […]

rashmika

rashmika

Jitendra Garnayak
  • Published: Monday, 23 November 2020
  • Updated: 23 November 2020, 02:48 PM IST

Sports

Latest News

ଚେନ୍ନାଇ: ଚର୍ଚ୍ଚାରେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦନା । ‘କର୍ଣ୍ଣାଟକ କ୍ରସ’ ପରେ ଏବେ ‘ନ୍ୟାସନାଲ କ୍ରସ’ ପାଲଟିଛନ୍ତି ରଶ୍ମିକା । ନିଜ ଏକ୍ସେପ୍ରସନ ଏବଂ ଅଭିନୟ ଯାଦୁରେ ଲକ୍ଷ ଲକ୍ଷ ଫ୍ୟାନ୍ସକୁ କରିଛନ୍ତି ପାଗଳ  । ଇନଷ୍ଟାଗ୍ରାମରେ ଆଜିକାଲି ତାଙ୍କର ଷ୍ଟାଇଲିସ ଫଟୋ ସବୁ ବେଶ୍ ଭାଇରାଲ ହେବାରେ ଲାଗିଛି । ଏଥିପାଇଁ ଗୁଗୁଲ ରଶ୍ମିକାଙ୍କୁ ଭାରତର ‘ନ୍ୟାସନାଲ କ୍ରସ’ ୨୦୨୦ର ମାନ୍ୟତା ଦେଇଛି । ଏହି ମାନ୍ୟତା ମିଳିବା ପରେ ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ଖୁସି ଜାହିର କରିଛନ୍ତି।

ମଡେଲିଂ ପରେ ମାତ୍ର ୧୯ ବର୍ଷ ବୟସରେ ଫିଲ୍ମ ‘କିରିକ୍ ପାର୍ଟି’ରୁ ରଶ୍ମିକାଙ୍କୁ ମିଳିଥିଲା ପ୍ରଥମ ଅଫର । ଆଉ ପ୍ରଥମ ଫିଲ୍ମରୁ ସେ ସାଉଥ ଇଣ୍ଡଷ୍ଟ୍ରିରେ ସୁପର ହିଟ୍ ହୋଇଯାଇଥିଲେ । ‘କିରିକ୍ ପାର୍ଟି’ ଫିଲ୍ମଟି ମଧ୍ୟ ବ୍ଲକବଷ୍ଟର ହିଟ୍ ହୋଇଥିଲା ।

ରଶ୍ମିକା ମୁଖ୍ୟତଃ ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ଅଭିନୟ କରିଥାନ୍ତି । ବକ୍ସ ଅଫିସ୍‌ ହିଟ୍‌ ହୋଇଥିବା ଅଞ୍ଜନୀ ପୁତ୍ର ଓ ଚମକ ଫିଲ୍ମରେ ତାଙ୍କ ଅଭିନୟ ଉଚ୍ଚପ୍ରଶଂସିତ ହୋଇଥିଲା । ତାଙ୍କୁ ତାଙ୍କ ଫ୍ୟାନ୍‌ମାନେ କର୍ନାଟକ କ୍ରସ୍‌ ବୋଲି କହନ୍ତି । ଗୋଟିକ ପରେ ଗୋଟିଏ ହିଟ୍ ଫିଲ୍ମ ଦେବ ପରେ ଏବେ ରଶ୍ମିକା ଦକ୍ଷିଣ ଭାରତୀୟ ସିନେମା ଜଗତର ସର୍ବଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos