ତବୁଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍, ଫ୍ୟାନଙ୍କୁ କରାଇଲେ ସତର୍କ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତବୁଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ସେ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଫ୍ୟାନଙ୍କୁ ଏହାର ସୂଚନା ଦେଇଛନ୍ତି। ଏହାସହ ସେ ଫ୍ୟାନଙ୍କୁ ସତର୍କ ମଧ୍ୟ କରାଇ ଦେଇଛନ୍ତି। ସେ ସମସ୍ତଙ୍କୁ ତାଙ୍କ ଆକାଉଣ୍ଟ ତରଫରୁ ପଠାଯାଇଥିବା କୌଣସି ଲିଙ୍କ ଉପରେ କ୍ଲିକ୍ ନକରିବାକୁ ନିବେଦନ କରିଛନ୍ତି। ତବୁ ନିଜର ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ହ୍ୟାକ୍ ଆଲର୍ଟ। ମୋର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଦୟାକରୀ ଆପଣମାନେ ମୋ ଆକାଉଣ୍ଟରୁ ଶେଆର କରାଯାଉଥିବା କୌଣସି ଲିଙ୍କ […]

tabu

tabu

Ranjit Kumar Jena
  • Published: Monday, 18 January 2021
  • Updated: 18 January 2021, 02:14 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତବୁଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ସେ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଫ୍ୟାନଙ୍କୁ ଏହାର ସୂଚନା ଦେଇଛନ୍ତି। ଏହାସହ ସେ ଫ୍ୟାନଙ୍କୁ ସତର୍କ ମଧ୍ୟ କରାଇ ଦେଇଛନ୍ତି। ସେ ସମସ୍ତଙ୍କୁ ତାଙ୍କ ଆକାଉଣ୍ଟ ତରଫରୁ ପଠାଯାଇଥିବା କୌଣସି ଲିଙ୍କ ଉପରେ କ୍ଲିକ୍ ନକରିବାକୁ ନିବେଦନ କରିଛନ୍ତି।

ତବୁ ନିଜର ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ହ୍ୟାକ୍ ଆଲର୍ଟ। ମୋର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଦୟାକରୀ ଆପଣମାନେ ମୋ ଆକାଉଣ୍ଟରୁ ଶେଆର କରାଯାଉଥିବା କୌଣସି ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। କିଛି ଦିନ ତଳେ ଅଭିନେତ୍ରୀ ଇଶା ଦେଓଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା।

Message shared by Tabu on Instagram.

ନିକଟରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ଅଭିନେତାରୁ ରାଜନେତା ହୋଇଥିବା ଉର୍ମିଳା ମାତୋଣ୍ଡକର, ସେଲିବ୍ରିଟୀ ଇଣ୍ଟେରିୟର ଡିଜାଇନର୍ ସୁଜାନେ ଖାନ୍, କୋରିଓଗ୍ରାଫର ଓ ନିର୍ଦ୍ଦେଶକ ଫାରା ଖାନ୍, ଅଭିନେତ୍ରୀ ଫାରା ଖାନ୍, ବିକ୍ରାନ୍ତ ମାସେଙ୍କର ସୋଶାଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଥିଲା।

୧୯୮୫ରେ 'ହମ୍ ନୌଜବାନ' ଜରିଆରେ ତବୁ ବଲିଉଡରେ ପାଦ ଥାପିଥିଲେ। ସେ ୨୦୦୧ରେ ମାଚିସ୍ ଓ ଚାନ୍ଦିନୀ ବାର୍ ଭଳି ଫିଲ୍ମ କରି ଦୁଇଦୁଇ ଥର ଜାତୀୟ ପୁରସ୍କାର ଜିତିଛନ୍ତି। ଏହାଛଡ଼ା ଏହି ଅଭିନେତ୍ରୀ ଜଣକ 'ହାଇଦର୍', 'ମକବୁଲ', 'ଲାଇଫ୍ ଅଫ୍ ପାଏ', 'ଦି ନେମସେକ୍', 'ଅସ୍ତିତ୍ୱ', 'ହେରାଫେରୀ', 'ଚିନି କମ୍', 'ଭିରାସତ', 'ଅନ୍ଧାଧୁନ' ଓ 'ବିୱି ନମ୍ବର-୧' ସମେତ ଅନେକ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

ତବୁ ନିଜର ଆଗାମୀ ଫିଲ୍ମ 'ଭୁଲ୍ ଭୁଲେୟା-୨' ପାଇଁ କାମ କରୁଛନ୍ତି। ଏହି ଫିଲ୍ମରେ କାର୍ତ୍ତିକ ଆର୍ୟନ ଏବଂ କିଆର ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ତବୁଙ୍କୁ ଶେଷଥର ପାଇଁ ସୈଫ୍ ଅଲୀ ଖାନଙ୍କ ସହ 'ଜୱାନୀ ଜାନେମନ'ରେ ଦେଖିବାକୁ ମିଳିଥିଲା। ଏହାଛଡ଼ା ମୀରା ନାୟରଙ୍କ ନିର୍ଦ୍ଦେଶିତ ୱେବ ସିରିଜ୍ 'ଦି ସ୍ୟୁଟେବଲ୍ ବୟ'ରେ ମଧ୍ୟ ତବୁଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲେ। ଏହି ୱେବ୍ ସିରିଜରେ ଇଶାନ୍ ଖଟ୍ଟରଙ୍କ ସହ ନ୍ୟାୟା ମାନିକତଲା, ମାହିରା କକ୍କର, ରାମ କପୁର, ଗଗଦ ଦେବ, ବିବେକ ଗୋମ୍ବର, ବିବାନ୍ ଶାହ, ଶାହାନ ଗୋସ୍ବାମୀ, ମିଖାଇଲ ସେନ୍, ନମନ ଦାସ, ରଣଦୀପ ହୁଡ୍ଡା, ରଣବୀର ଶୋରେ, ବିଜୟ ବର୍ମା, କୁଲଭୂଷଣ ଖରବନ୍ଦା, ବିନୋଦ ପାଠକ, ବିଜୟ ରାଜ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos