ମୁମ୍ୱାଇ: ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ଭଳି ହଲିଉଡ୍ରେ କାମ କରିବାକୁ ଚାହୁଁଛନ୍ତି ମହେଶ ଭଟ୍ଟ ତନୟା ଆଲିଆ। ୨୨ବର୍ଷୀୟ ଆଲିଆ ହଲିଉଡ୍ରେ କାମ କରିବାକୁ ଉତ୍ସାହିତ ଅଛନ୍ତି। ତେବେ ଏଥିପାଇଁ ସେ ତରତର ନୁହଁନ୍ତି। ବଲିଉଡ୍ରେ ନିଜକୁ ପ୍ରତିଷ୍ଠିତ କରି ସାରିଲା ପରେ ହଲିଉଡ୍ ଆଡକୁ ମନ ଦେବେ ବୋଲି କହିଛନ୍ତି।
ସେ କହିଛନ୍ତି, “ଏବେ ମୋତେ ବଲିଉଡ୍ରେ କାମ କରିବାକୁ ଅଛି। ଏଠି ଜମି ସାରିବା ପରେ ହଲିଉଡ୍ ଆଡକୁ ମୁହାଁଇବି। ହଲିଉଡରେ କାମ କରିବାକୁ ଇଚ୍ଛା ଅଛି।”
କରଣ ଜୋହରଙ୍କ, ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର’ରୁ କ୍ୟାରିୟର୍ ଆରମ୍ଭ କରିଥିଲେ ଆଲିଆ। ଏହା ପରେ ‘ହାଇୱେ’, ‘ଟୁ-ଷ୍ଟେସ୍’ ଓ ‘ହମ୍ପଟି ଶର୍ମା କୀ ଦୁଲହନିୟାଁ’ ଭଳି ଫିଲ୍ମରେ ସେ ନିଜ ଦକ୍ଷତା ପ୍ରତିପାଦିତ କରି ସାରିଛନ୍ତି।
ଆଗକୁ ତାଙ୍କର ଏକାଧିକ ଫିଲ୍ମ ଆସୁଛି। କରଣ ଜୋହରଙ୍କ ‘କପୁର ଆଣ୍ଡ୍ ସନ୍ସ’ ଓ ଗୌରୀ ସିନ୍ଧେଙ୍କ ଏକ ଫିଲ୍ମରେ ଶାହରୁଖଙ୍କ ସହିତ ଆସୁଛନ୍ତି ସେ। ସେହିଭଳି ‘ଉଡ୍ତା ପଞ୍ଜାବ’ରେ ସେ ଶାହିଦ୍ କପୁର ଓ କରୀନା କପୁରଙ୍କ ସହ ଆସିବେ ପରଦାକୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।